ଦୁଇ ମହିଳାଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଇବାରେ ସହଯୋଗ କଲେ ସମାଜସେବୀ ଜସ୍ମିନ ସେଖ ।
ଗଜପତି, ୧୩.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦର ୭ ନମ୍ବର ୱାର୍ଡ ଅନ୍ତର୍ଗତ ଗୁଣ୍ଟୁବାରି ସାହିର ଦୁଇଜଣ ମହିଳାଙ୍କୁ ମଧୁବାବୁ ପେନସନ ଯୋଜନା (MBPY)ରେ ସାମିଲ କରାଇବା ସହ ପେନସନ କାର୍ଡ ପ୍ରସ୍ତୁତ କରାଇବାରେ ସହଯୋଗ କରିଛନ୍ତି ସମାଜସେବୀ ଜସ୍ମିନ ସେଖ।କାଞ୍ଚନ ବେହେରା ଏବଂ ଡକ୍କା ଶ୍ରୀଦେବୀ ନାମକ ଏହି ଦୁଇ ମହିଳାଙ୍କୁ ସରକାରୀ ପେନସନ ସୁବିଧା ମିଳିବା ପାଇଁ ଜସ୍ମିନ ସେଖ ଆବଶ୍ୟକୀୟ ପ୍ରକ୍ରିୟାରେ ସହଯୋଗ କରିଥିଲେ। ତାଙ୍କର ଏହି ପ୍ରୟାସ ଫଳରେ ଉଭୟ ମହିଳା ପେନସନ ଯୋଜନାର ସୁବିଧା ପାଇବାରେ ସକ୍ଷମ ହୋଇଛନ୍ତି।ଏହି ସହଯୋଗ ପାଇଁ କାଞ୍ଚନ ବେହେରା ଓ ଡକ୍କା ଶ୍ରୀଦେବୀ ସମାଜସେବୀ ଜସ୍ମିନ ସେଖଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଜସ୍ମିନଙ୍କ ସହଯୋଗ ଯୋଗୁଁ ସେମାନେ ପେନସନ ସୁବିଧା ପାଇପାରିଥିବା କହିଛନ୍ତି।ଅସହାୟ ଓ ଆବଶ୍ୟକତା ଥିବା ଲୋକଙ୍କୁ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଦିଗରେ ସମାଜସେବୀ ଜସ୍ମିନ ସେଖଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
