*ଗଜପତି ଜିଲ୍ଲାର ୪,୬୨୯ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁର* ।

*ଗଜପତି ଜିଲ୍ଲାର ୪,୬୨୯ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁର* ।

*ଗଜପତି ଜିଲ୍ଲାର ୪,୬୨୯ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁର* ।

ଗଜପତି,୧୩.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାକୁ ଅଧିକ ସ୍ୱଚ୍ଛ, ସରଳ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁରୀ ସହିତ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଇ ଶ୍ରୀ ଗାବରା ତିରୁପତି ରାଓ,ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥର ମଧ୍ୟ ଶୁଭ ଉଦ୍‌ଘାଟନ କରାଯାଇଛି।ଏହି ଅବସରରେ ଗଜପତି ଜିଲ୍ଲାର ୭ଟି ବ୍ଲକ୍ ଓ ୨ଟି ସହରାଞ୍ଚଳର ମୋଟ ୪,୬୨୯ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁର କରାଯାଇଛି।

ଏହାଦ୍ୱାରା ଜିଲ୍ଲାର ବହୁ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଓ ଅନ୍ୟ ଯୋଗ୍ୟ ବର୍ଗର ଲୋକେ ସରକାରୀ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପାଇବାର ସୁଯୋଗ ପାଇବେ।ନୂତନ ଭାବେ ଆରମ୍ଭ ହୋଇଥିବା ପୋର୍ଟାଲ ମାଧ୍ୟମରେ ପେନସନ୍ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ, ସ୍ୱଚ୍ଛ ଓ ଡିଜିଟାଲ୍ ଭିତ୍ତିକ କରିବା ସହ ହିତାଧିକାରୀଙ୍କ ତଥ୍ୟ ପରିଚାଳନା ଏବଂ ସେବା ପ୍ରଦାନରେ ସୁଧାର ଆସିବା ଆଶା କରାଯାଉଛି।ସେହିପରି ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସାମାଜିକ ସୁରକ୍ଷା ଯୋଜନା, ଭତ୍ତା ପାଇବାର ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଓ ଉପଲବ୍ଧ ସରକାରୀ ସୁବିଧା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବ।ସରକାରଙ୍କ ଏହି ପଦକ୍ଷେପ ଜିଲ୍ଲାର ଅସହାୟ, ଅବହେଳିତ ଓ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ସାମାଜିକ ସୁରକ୍ଷାର ପରିସରଭୁକ୍ତ କରିବା ସହ ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚାଇବା ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବେ ବିବେଚିତ ହେଉଛି।