ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫଭତ୍ତା
ପାଣ୍ଠିରୁ ୧୨.୩୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମ ପଞ୍ଚାୟତରେ ସରକାରୀ ଉନ୍ନୟନ ପାଣ୍ଠି ଓ ବୟସ୍କ ଭତ୍ତା ଅର୍ଥ ହେରଫେର ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭତ୍ତା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ପାଣ୍ଠିରୁ ପ୍ରାୟ ୧୨ ଲକ୍ଷ ୩୦ ହଜାର ଟଙ୍କା ହଡ଼ପ ହୋଇଥିବା ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ନାୟକଙ୍କୁ ପୁଲିସ ମଙ୍ଗଳବାର ଗିରଫ କରିଛି।ସୂଚନା ଅନୁଯାୟୀ, ପଞ୍ଚାୟତର ଭତ୍ତା ପାଣ୍ଠି ଏବଂ ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିବା ଅର୍ଥରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତଦନ୍ତ ପରେ ପ୍ରାୟ ୧୨.୩୦ ଲକ୍ଷ ଟଙ୍କା ହେରଫେର ହୋଇଥିବା ସନ୍ଦେହ ହେବାରୁ ପୁଲିସ ମାମଲା ରୁଜୁ କରି ତ୍ରିଲୋଚନ ନାୟକଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ପ୍ରକୃତ ଅର୍ଥ ହେରଫେରର ପରିମାଣ ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।ରିପୋର୍ଟ: ଗଞ୍ଜାମ।
