୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ପ୍ରତିଯୋଗିତା ଉଦ୍‌ଯାପିତ ।

୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ପ୍ରତିଯୋଗିତା ଉଦ୍‌ଯାପିତ ।

୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ପ୍ରତିଯୋଗିତା ଉଦ୍‌ଯାପିତ ।

ଗଜପତି,୧୩.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ସ୍ଥିତ ସରକାରୀ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଭଲିବଲ୍ ପ୍ରତିଯୋଗିତା ୨୦୨୬-୨୭ ଉଦ୍‌ଯାପିତ ହୋଇଯାଇଛି। ଅକ୍ଟୋବର ୧୦ ତାରିଖରେ ଶୁଭାରମ୍ଭ ହୋଇଥିବା ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳି ଦଳଗୁଡ଼ିକ ଆକର୍ଷଣୀୟ ମାର୍ଚ୍ଚପାଷ୍ଟ୍‌ରେ ଅଂଶଗ୍ରହଣ କରିଥିଲେ। ଅତିଥିମାନଙ୍କ ଦ୍ୱାରା ପତାକା ଉତ୍ତୋଳନ ଓ ଶପଥ ପାଠ ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ଚାରିଦିନ ଧରି ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳିମାନେ ନିଜର ଉତ୍କୃଷ୍ଟ ଖେଳକୌଶଳ ପ୍ରଦର୍ଶନ କରିଥିଲେ। ଆଜି ଅକ୍ଟୋବର ୧୩ ତାରିଖରେ ଫାଇନାଲ୍ ମ୍ୟାଚ୍ ସହ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା।ଚାରି ଗୋଟି ବିଭାଗର ଫଳାଫଳ ଅନୁଯାୟୀ, ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଗଜପତି ଜିଲ୍ଲା ଚାମ୍ପିୟନ୍ ଓ ପୁରୀ ଜିଲ୍ଲା ଉପବିଜେତା ହୋଇଥିବା ବେଳେ ୧୪ ବର୍ଷରୁ କମ୍ ବାଳିକା ବିଭାଗରେ କଳାହାଣ୍ଡି ଚାମ୍ପିୟନ୍ ଓ ନୂଆପଡ଼ା ଉପବିଜେତା ହୋଇଛି।

ସେହିପରି ୧୭ ବର୍ଷରୁ କମ୍ ବାଳକ ବିଭାଗରେ ପୁରୀ ଚାମ୍ପିୟନ୍ ଓ ବାଲେଶ୍ୱର ଉପବିଜେତା ହୋଇଥିବାବେଳେ ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ଭୁବନେଶ୍ୱର ଚାମ୍ପିୟନ୍ ଓ ଢେଙ୍କାନାଳ ଉପବିଜେତା ହୋଇଛନ୍ତି।ଆଜିର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଶ୍ରୀ ଜଗନ୍ନାଥ ପାଢ଼ୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାୟଗଡ଼ାସ୍ଥିତ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁରେଶ ସାହୁକାର, କନ୍ଧମାଳ ଜିଲ୍ଲା କ୍ରୀଡ଼ା ଓ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପାତ୍ର, ଗଜପତିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍‌. ଗିରିଧାରୀ ଏବଂ ଆର୍‌. ଉଦୟଗିରି ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବିଦ୍ୟାଳୟ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବା ସହିତ ଭବିଷ୍ୟତରେ ରେ ଜଣେ ଜଣେ ଭଲ ଖେଳାଳୀ ହେବା ପାଇଁ ଉତ୍ସାହିତ କରିଥିଲେ।ସେହିପରି ଏଭଳି ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ଦଳଗତ ମନୋଭାବ, ସହଯୋଗ ଓ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ। ବିଜେତା ଓ ଉପବିଜେତା ଦଳଗୁଡ଼ିକୁ ଅତିଥିମାନଙ୍କ ଦ୍ଵାରା ଟ୍ରଫି ଓ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।