କିଶନ ଲାଲ ଗୋଠୱାଲ ଙ୍କ ଜନ୍ମ ଦିନ ରେ ରକ୍ତ ଦାନ ଶିବିର ୨୫ୟୁନିଟ ରକ୍ତ ସଂଗୃହୀତ
ବରଗଡ୧୩, ୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ସ୍ଥିତ ଶ୍ରୀରାମ ବିହାର ଠାରେ ଗୋଠୱାଲ ଆସୋସିଏଟ୍ କାର୍ଯ୍ୟାଳୟ ରେ କିଶନ ଲାଲ ଗୋଠୱାଲ ଙ୍କ ଶୁଭ ଜନ୍ମ ଦିନ ପାଳନ ଅବସରରେ ଗୋଠୱାଲ ଆସୋସିଏଟ୍ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ବରଗଡ ର ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ବରିଷ୍ଠ ବିଜେଡି ନେତା ଶ୍ରୀ ଗୌରହରି ମିଶ୍ର, ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିବା ସହିତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରୁ ସମ୍ବଲପୁର ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୨୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଗୋଠୱାଲ ଆସୋସିଏଟ୍ ର ସମସ୍ତ କର୍ମଚାରୀ ବହୁ ଉତ୍ସାହ ର ସହିତ ରକ୍ତ ଦାନ କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଗୋଠୱାଲ ଆସୋସିଏଟ୍ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମ କୁ ଗୋଠୱାଲ ଆସୋସିଏଟ୍ କର୍ମଚାରୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା,ସହଯୋଗୀ ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
