ଦାଦନ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ପାଖରେ ପହଞ୍ଚିଲେ ବିଧାୟକ”

ଦାଦନ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ପାଖରେ ପହଞ୍ଚିଲେ ବିଧାୟକ”

ଦାଦନ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ପାଖରେ ପହଞ୍ଚିଲେ ବିଧାୟକ”

ଘୁ.ଉଦୟଗିରି, ୧୩/୧୧: (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଥିବା ବେଳେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଆଜି ମୃତ ଶ୍ରମିକଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି । ଘୁ.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତର ତରାବାଡ଼ି (କୁଅଁସାହି) ଗ୍ରାମର ବସନ୍ତ ନାୟକଙ୍କ ୪୦ ବର୍ଷୀୟ ପୁଅ ରାଜେଶ ନାୟକ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଗତ ୭ ତାରିଖରେ ସେଠାରେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ପରେ ବିଧାୟକ ଗ୍ରାମକୁ ଯାଇ ଅସହାୟ ମାଆ ଓ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେବା ସହ ମୃତଦେହକୁ କେରଳରୁ ନିଜ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।