ଟ୍ରକ୍ ପଛକୁ ଧକ୍କା ଦେଇ ଟ୍ରକ୍ ଡ୍ରାଇଭର ର ଅକାଳ ମୃତ୍ୟୁ।

ଟ୍ରକ୍ ପଛକୁ ଧକ୍କା ଦେଇ ଟ୍ରକ୍ ଡ୍ରାଇଭର ର ଅକାଳ ମୃତ୍ୟୁ।

ଟ୍ରକ୍ ପଛକୁ ଧକ୍କା ଦେଇ ଟ୍ରକ୍ ଡ୍ରାଇଭର ର ଅକାଳ ମୃତ୍ୟୁ।

ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ତଥା ବ୍ରହ୍ମପୁର ସହର ଉପକଣ୍ଠ ଜାତୀୟ ରାଜପଥ ଡୁରା ଓଭର ବ୍ରିଜ୍ ନିକଟରେ ବିଜାୟୱଡା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଛତ୍ରପୁର ରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଆଉ ଏକ ଟ୍ରକ୍ ଡ୍ରାଇଭର ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକ୍ ପଛକୁ ପିଟି ଦେଇଥିଲେ। ଯାହା ଫଳରେ ଡ୍ରାଇଭର ପ୍ରକାଶ ପଲେଇ ସେହି ଟ୍ରକ୍ ଭିତରେ ଗୁରୁତର ଅବସ୍ଥାରେ ରହିଯାଇଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭର କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋପାଳପୁର ଥାନା ପୋଲିସ ଉଭୟ ଟ୍ରକ୍ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।