ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ତାରା ସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଉକ୍ତ ଗ୍ରାମର ଗୌଡ଼ ସାହିର ତ୍ରିନାଥ ଗୌଡ଼ ବିଭିନ୍ନ ରୋଗର ଝାଡଫୁଙ୍କ ଚିକିତ୍ସା ସହ ଚେରମୁଳି ଔଷଧ ପ୍ରଦାନ କରୁଥିଲେ। କିନ୍ତୁ ଉକ୍ତ ଗ୍ରାମର ଗୋଟିଏ ପରିବାର ଜ୍ୱର ରୋଗରେ ପୀଡିତ ହୋଇ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୃତ ବୃଦ୍ଧ ଜଣକ ଗୁଣିଗାରେଡି କରିବାରୁ ଏହି ଭଳି ଅବସ୍ଥା ସୃଷ୍ଟି ହୋଇଛି। ଏହି ଅନ୍ଧ ବିଶ୍ବାସ ପରିସ୍ଥିତି ଏଭଳି ସୃଷ୍ଟି ହୋଇଗଲା ଉକ୍ତ ପରିବାରର ଶୁଶାନ୍ତ ଗୌଡ଼ ଓ ଅଭିମନ୍ୟୁ ଗୌଡ଼ ନାମକ ଦୁଇ ଭାଇ ତ୍ରିନାଥ ଗୌଡ଼ କୁ ଘରୁ ଟାଣି ଆଣି ତାକୁ କାଠ ଫାଳିଆ ରେ ପିଟିବା ସହିତ ସିମେଣ୍ଟ ଇଟା ଓ ପଥରରେ ଛେଚି ଗୁରୁତର ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛଥିଲେ। ମୃତ ବୃଦ୍ଧ ଙ୍କ ପୁତ୍ର ଜଳନ୍ଧର ଗୌଡ଼ ଠାରୁ ଅଭିଯୋଗ ପାଇ ପୋଲିସ ତତକ୍ଷଣାତ୍ ପଦକ୍ଷେପ ସ୍ବରୂପ ଅନୁସନ୍ଧାନ ଚଳାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।
