*ଅବକାରୀ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ।* ।

*ଅବକାରୀ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ।* ।

*ଅବକାରୀ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ।* ।

ଗଜପତି,10.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦେଶୀ ମଦ କାରବାର ଓ ଅବକାରୀ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୂର୍ବରୁ ସହରରେ ଦୁଇ ଗୋଟି ଓ.ଏସ୍. ଲିକ୍ୟୁର (ବାହାର ରନ୍ଧା ଦେଶୀ ମଦ ଭାଟି) ଚାଲୁଥିବା ବେଳେ ବର୍ତ୍ତମାନ ସେଗୁଡ଼ିକ ବନ୍ଦ ହୋଇ ଯାଇଥିବା ଘଟଣା ଅବକାରୀ ବିଭାଗର ପରିଚାଳନାଗତ ଦକ୍ଷତା ନେଇ ସନ୍ଦେହ ପ୍ରକାଶ ପାଇଛି।ଅଭିଯୋଗ ଅନୁଯାୟୀ, ବର୍ତ୍ତମାନର ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହି ଦୁଇଟି ଦେଶୀ ମଦଭାଟି ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ତେବେ ଏହା ପଛରେ ପ୍ରକୃତ କାରଣ କ’ଣ, ତାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି।ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ଦେଶୀ ମଦ ବିକ୍ରି ଖୋଲାଖୋଲି ଭାବେ ଚାଲିଥିବା ଅଭିଯୋଗ ହେଉଛି।ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିଲେ ମଧ୍ୟ ତାହା କେବଳ ନାମକୁ ମାତ୍ର ବୋଲି ସହରରେ ଚର୍ଚ୍ଚା ହେଉଛି।

ଏପରି ସ୍ଥିତିରେ ବେଆଇନ ମଦ କାରବାର ଉପରେ ବିଭାଗ କାହିଁକି ପ୍ରଭାବଶାଳୀ ଅଙ୍କୁଶ ଲଗାଇ ପାରୁନାହିଁ, ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ସୂଚନାଯୋଗ୍ୟ, ପୂର୍ବରୁ ଏହି ମଦଭାଟିଗୁଡ଼ିକରୁ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ମିଳୁଥିବା ବେଳେ ବର୍ତ୍ତମାନ ସେଗୁଡ଼ିକ ବନ୍ଦ ରହିବା ଯୋଗୁଁ ସରକାରୀ ରାଜସ୍ୱ ଆଦାୟ ଉପରେ କି ପ୍ରଭାବ ପଡ଼ିଛି, ତାହାର ମଧ୍ୟ ତଥ୍ୟଭିତ୍ତିକ ଯାଞ୍ଚ ଆବଶ୍ୟକ ହୋଇପଡ଼ିଛି। ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ କ୍ରେତାମାନଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ନିଆଯାଉଥିବା ଅଭିଯୋଗ ହେଉଛି। ଏହି ବାବଦରେ ବାରମ୍ବାର ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି।

ଏହା ଅବକାରୀ ବିଭାଗ ଓ ମଦଦୋକାନୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଥିବା ଚର୍ଚ୍ଚା ଲାଗିରହିଛି।ଏଥି ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅବକାରୀ ଥାନା ଅନେକ ସମୟରେ ବନ୍ଦ ରହୁଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ନିୟମିତ ଭାବେ ଖୋଲା ରହୁନଥିବାର କାରଣ କ’ଣ ଏବଂ ଏଥିପାଇଁ କିଏ ଦାୟୀ, ତାହା ମଧ୍ୟ ତଦନ୍ତସାପେକ୍ଷ।ତେଣୁ ଜିଲ୍ଲାପାଳ ଅବକାରୀ ବିଭାଗର ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ସହ ଦୁଇଟି ଓ.ଏସ୍. ଲିକ୍ୟୁର ବନ୍ଦ ହେବାର କାରଣ, ରାଜସ୍ୱ ଆଦାୟର ସ୍ଥିତି, ବେଆଇନ ମଦ ବିକ୍ରି ଏବଂ ଅବକାରୀ ଥାନାର କାର୍ଯ୍ୟକାରିତା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାର୍ବଜନୀନ କରିବାକୁ ଜିଲ୍ଲାବାସୀ ଦାବି ଜଣାଇଛନ୍ତି।