ଗୁମ୍ମା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଡେସ୍କ ବିକ୍ରି ପ୍ରସଙ୍ଗ: ତ୍ୱରିତ ତଦନ୍ତ ପାଇଁ ଜିଲାପାଳଙ୍କୁ ବୁଦ୍ଧିଜୀବୀ ଙ୍କ ଦରଖାସ୍ତ ।

ଗୁମ୍ମା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଡେସ୍କ ବିକ୍ରି ପ୍ରସଙ୍ଗ: ତ୍ୱରିତ ତଦନ୍ତ ପାଇଁ ଜିଲାପାଳଙ୍କୁ ବୁଦ୍ଧିଜୀବୀ ଙ୍କ ଦରଖାସ୍ତ ।

ଗୁମ୍ମା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଡେସ୍କ ବିକ୍ରି ପ୍ରସଙ୍ଗ: ତ୍ୱରିତ ତଦନ୍ତ ପାଇଁ ଜିଲାପାଳଙ୍କୁ ବୁଦ୍ଧିଜୀବୀ ଙ୍କ ଦରଖାସ୍ତ ।ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ)ଗଜପତି ଜିଲା ଗୁମ୍ମା ବ୍ଲକ ସଦର ମହକୁମା ରେ ଥିବା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଡେସ୍କ ବିକ୍ରି ପ୍ରସଙ୍ଗରେ ତ୍ୱରିତ ତଦନ୍ତ ପାଇଁ ଜିଲାପାଳଙ୍କୁ ଭେଟି ଆଲୋଚନା କଲେ ଗୁମ୍ମା ଗ୍ରାମର ବୁଦ୍ଧିଜୀବୀ। ପ୍ରାୟ ଦଶ ଦିନ ତଳେ ରବିବାର ଦିନ ଗୁମ୍ମା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଡେସ୍କ ବିକ୍ରି କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ରବି କୁମାର ଏବଂ ଶିକ୍ଷକ କେ ଆନନ୍ଦ କୁମାର କାଶୀନଗର ବ୍ଲକ ସିଧାମଡଙ୍ଗ ସ୍ଥିତ ଏକ ଘରୋଇ କଲେଜ୍ ( ରାଜ୍ ତାରା କଲେଜ୍) କୁ ବିଦ୍ୟାଳୟ ପରିଚାଳନା କମିଟି କୁ ନ ଜଣାଇ ବିକ୍ରି କରିଥିବାର ଅଭିଯୋଗ ହୋଇଛି। ରାଜ୍ ତାରା କଲେଜ୍ ମୁଖ୍ୟ କେ ଅରୁଣ କୁମାର ଗୁମ୍ମା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ କେ ଆନନ୍ଦ କୁମାର ଙ୍କ ଭାଇ। କେ ଅରୁଣ କୁମାର ନିଜେ ଗୁମ୍ମା ଆସି ଡେସ୍କ ନେଇଥିବା କିଛି ଦେଖଣା ହାରୀ ପ୍ରକାଶ କରିଛନ୍ତି। ଏଣୁ ଗୁମ୍ମା ଗ୍ରାମର ବୁଦ୍ଧିଜୀବୀ ଜିଲ୍ଳାପାଳଙ୍କୁ ଭେଟି ତୁରନ୍ତ ନିରପେକ୍ଷ ତଦନ୍ତ କରିବା ସହ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଛନ୍ତି।