କୋରାପୁଟର ଆଦିବାସୀ କଳା, ସଂସ୍କୃତିର ମହାକୁମ୍ଭ ‘ପରବ-୨୦୨୬’ ପାଇଁ ପ୍ରସ୍ତୁତି ଆରମ୍ଭ
କୋରାପୁଟ | ୧୦ ନଭେମ୍ବର ୨୦୨୬କୋରାପୁଟର ମାଟି, ଆଦିବାସୀ ପରମ୍ପରା ଓ ଲୋକକଳାର ଅନନ୍ୟ ପରିଚୟକୁ ଦେଶବିଦେଶରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ‘ପରବ-୨୦୨୬’ର ପ୍ରସ୍ତୁତି।ଆଗାମୀ ଏହି ମହୋତ୍ସବକୁ ସୁନ୍ଦର, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହଠାରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଉପଜିଲ୍ଲାପାଳ, କୋରାପୁଟଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।ଉତ୍ସବର ସୁପରିଚାଳନା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଆବଶ୍ୟକୀୟ ବ୍ୟବସ୍ଥା ଓ ପ୍ରସ୍ତୁତିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
‘ପରବ’ କେବଳ ଏକ ଉତ୍ସବ ନୁହେଁ, ବରଂ କୋରାପୁଟର ଆଦିବାସୀ ଜୀବନଶୈଳୀ, ପାରମ୍ପରିକ ନୃତ୍ୟ, ସଙ୍ଗୀତ, ଲୋକକଳା ଓ ସମୃଦ୍ଧ ଐତିହ୍ୟକୁ ଲୋକଲୋଚନକୁ ଆଣିବାର ଏକ ସୁନ୍ଦର ମଞ୍ଚ।କୋରାପୁଟର ପରିଚୟ, ଆଦିବାସୀ ସଂସ୍କୃତିର ଗୌରବ ଓ ପରମ୍ପରାର ଉତ୍ସବ ‘ପରବ-୨୦୨୬’କୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖାଦେଇଛି।
Information Media#Parab2026 #Koraput #TribalCulture #Odisha #AdivasiHeritage #InformationMedia
