ଆର, ଉଦୟଗିରି ଓ ନୁଆଗଡରେ ଅବାଧ ବାଣ ଦୋକାନ ପାଇଁ ପାଗ ଭିଡା : ଯିଏ ଯେମିତି ବିକିଲେ ହେବ ।

ଆର, ଉଦୟଗିରି ଓ ନୁଆଗଡରେ ଅବାଧ ବାଣ ଦୋକାନ ପାଇଁ ପାଗ ଭିଡା : ଯିଏ ଯେମିତି ବିକିଲେ ହେବ ।

ଆର, ଉଦୟଗିରି ଓ ନୁଆଗଡରେ ଅବାଧ ବାଣ ଦୋକାନ ପାଇଁ ପାଗ ଭିଡା : ଯିଏ ଯେମିତି ବିକିଲେ ହେବ ।

ଗଜପତି : ମନୋଜ କୁମାର ପାଢୀଙ୍କ ରିପୋର୍ଟ: ଆଗକୁ ଦୀପାବଳି। ବଜାରରେ ଏବେଠୁ ବାଣ ବିକ୍ରି ଆରମ୍ଭ ହେଲାଣି। ହେଲେ ଆଶ୍ଚର୍ଯ୍ୟର କଥା, ଅଧିକାଂଶ ଦୋକାନରେ ନା ଅଛି ଲାଇସେନ୍ସ, ନା ନିଆଯାଉଛି ଅଗ୍ନିଶମ ବିଭାଗର ପରାମର୍ଶ। ସୁରକ୍ଷା ଗାଇଡଲାଇନ୍ କିମ୍ବା ସଚେତନତା କିଛି କରାଯାଉନି। ଯିଏ ଯେମିତି ପାରୁଛି ବାଣ ବିକୁଛି। ପ୍ରଶାସନିକ ଅଙ୍କୁଶ ନାହିଁ। ଯାହା ସୂଚନା ରହିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ OSPCB ସ୍ପଷ୍ଟ କହିଛି – ଏ ବର୍ଷ କେବଳ ଗ୍ରୀନ୍ ବାଣ ବିକ୍ରି ହେବ। କିନ୍ତୁ ଗ୍ରାଉଣ୍ଡ ରିପୋର୍ଟ କିଛି ଅଲଗା କହୁଛି।ସେହିପରି ଭୁବନେଶ୍ୱରରେ ହିଁ ୫୬୦ ଆବେଦନ ଭିତରୁ ମାତ୍ର ୧୬୦ ଜଣଙ୍କୁ ଲାଇସେନ୍ସ ମିଳିଛି। ବାକି ବିନା ଲାଇସେନ୍ସରେ ବିକୁଛନ୍ତି। ଛୋଟ ସହରରେ ତ ପରିସ୍ଥିତି ଆହୁରି ଖରାପ।ବାଣ ବିକ୍ରିର ସରକାରୀ ଗାଇଡଲାଇନ୍ କଣ ଅଛି?୧. ଲାଇସେନ୍ସ ବାଧ୍ୟତାମୂଳକ:PESO ର Form LE-5 ଲାଇସେନ୍ସ ଦରକାର।

ବିନା ଲାଇସେନ୍ସରେ ବାଣ ବିକ୍ରି ଦଣ୍ଡନୀୟ ଅପରାଧ।ଅସ୍ଥାୟୀ ଲାଇସେନ୍ସର ଅବଧି ସର୍ବାଧିକ ୧୫ ଦିନ। ଫି ୫୦୦ ଟଙ୍କା।ପୋଲିସ ଭେରିଫିକେସନ, ଅଗ୍ନିଶମ ବିଭାଗର NOC, ଏବଂ ସ୍ଥାନୀୟ ପ୍ରଶାସନର NOC ଆବଶ୍ୟକ। fb37୨. ନୂଆ ବିସ୍ଫୋରକ ସଂଶୋଧନ ନିୟମ ୨୦୨୬ ଅନୁସାରେ ସୁରକ୍ଷା ନିୟମ:ସ୍କୁଲ, ହସ୍ପିଟାଲ, ଧାର୍ମିକ ଅନୁଷ୍ଠାନ, କୋର୍ଟଠାରୁ ଅତି କମରେ ୫୦ ମିଟର ଦୂରରେ ଦୋକାନ ହେବା ଦରକାର।ଦୁଇ ଦୋକାନ ମଧ୍ୟରେ ୩ ମିଟର ଫାଙ୍କା, ଗୋଟିଏ କ୍ଲଷ୍ଟରରେ ସର୍ବାଧିକ ୫୦ ଦୋକାନ।ଦୋକାନ ଅଗ୍ନି-ପ୍ରତିରୋଧକ ତମ୍ବୁରେ ହେବ, ଦୁଇଟି ଅଟୋମେଟିକ ଫାୟାର ଡିଟେକ୍ସନ, ୩୦୦ ଲିଟରର ୱାଟର ସ୍ପ୍ରିଙ୍କଲର ସିଷ୍ଟମ ବାଧ୍ୟତାମୂଳକ।ବିଦ୍ୟୁତ ତାର ଖୋଲା ରହିବନି, ନଗ୍ନ ନିଆଁ, ଦୀପ, ମହମବତୀ ସମ୍ପୂର୍ଣ୍ଣ ମନା। ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ବାଧ୍ୟତାମୂଳକ।ଦୋକାନ ଗ୍ରାଉଣ୍ଡ ଫ୍ଲୋରରେ, ବାହାରକୁ ଖୋଲୁଥିବା ଦୁଇଟି ଗେଟ୍ ଦରକାର। cb0d୩. OSPCB ର ଦୀପାବଳି ଗାଇଡଲାଇନ୍ ୨୦୨୬:କେବଳ CSIR-NEERI ପ୍ରମାଣିତ QR କୋଡ୍ ଥିବା ଗ୍ରୀନ୍ ବାଣ ବିକ୍ରି ହେବ। ବେରିୟମ ଯୁକ୍ତ ବାଣ ସମ୍ପୂର୍ଣ୍ଣ ବ୍ୟାନ।ଶବ୍ଦ ୧୨୫ ଡେସିବଲରୁ ଅଧିକ ହେବନି, ସନ୍ଧ୍ୟା ୭ ରୁ ୯ ଟା ଭିତରେ ହିଁ ବାଣ ଫୁଟାଇ ପାରିବେ।ଅନଲାଇନରେ ବାଣ ବିକ୍ରି ମନା, କେବଳ ଲାଇସେନ୍ସପ୍ରାପ୍ତ ଦୋକାନରୁ କିଣନ୍ତୁ। 1810ନିୟମ ଉଲ୍ଲଂଘନ କଲେ Odisha Fireworks Act 1958 ଏବଂ Explosives Act 1884 ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।କିନ୍ତୁ ବାସ୍ତବରେ ନା ଅଗ୍ନିଶମ ବିଭାଗ ଯାଞ୍ଚ କରୁଛି, ନା ପ୍ରଶାସନ ସଚେତନତା କରୁଛି। ଯଦି ଦୁର୍ଘଟଣା ଘଟେ, ଦାୟୀ କିଏ?