ସୁନାଲରମ୍ଭା ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ୨୦୨୫/୨୬ ଅନୁଷ୍ଠିତ ହୋଇଯାଇଛି ।

ସୁନାଲରମ୍ଭା ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ୨୦୨୫/୨୬ ଅନୁଷ୍ଠିତ ହୋଇଯାଇଛି ।

ସୁନାଲରମ୍ଭା ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ୨୦୨୫/୨୬ ଅନୁଷ୍ଠିତ ହୋଇଯାଇଛି । ବରଗଡ, ୦୪,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ୨୦୨୫/୨୬ର ସୁନାଲରଂଭା ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ, ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଛିଦ୍ର ମଲ୍ଲିକ ଯୋଗଦେଇଥିଲେ। ଏ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ। ଅତାବିରା ବିଧାନ ସଭା ସଦସ୍ୟ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ। ସମ୍ମାନିତ ଅତିଥି ଭାବେ ଭେଡେନ ନାଗରିକ କମିଟି ର ସଭାପତି ଶ୍ରୀଯୁକ୍ତ ସ୍ଵାଧୀନ ରଥ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ମୁଖ୍ୟ ଅତିଥି ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ର ମାର୍ଗଦର୍ଶନ ଦେବା ସହିତ ଭେଡେନ ଅଂଚଳର ଛାତ୍ରଛାତ୍ରୀ ମାନେ ବରଗଡ ଜିଲ୍ଲା ସ୍ତରୀୟ ତଥା ରାଜ୍ୟ ସ୍ତରୀୟ ଅଂଶଗ୍ରହଣ କରି ଭେଡେନ ବୀର ମାଟି ସୁନାମ ଅର୍ଜନ କରିବା ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ବ୍ଲକ ସ୍ତରୀୟ ସୁରଭି କାର୍ଯକ୍ରମ ସମସ୍ତ ସିଆରସିସି ମାନଙ୍କ ଚେଷ୍ଟା ରେ ସଫଳତାର ସହିତ ଆୟୋଜନ କରାଯାଇଥିଲା। ଏଥିରେ ଭଟଲି ବ୍ଲକ ର ସିଆରସିସି ମାନେ ଯୋଗ ଦେଇଥିଲେ। ଭେଡେନ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଶିକ୍ଷକ ଗୋବିନ୍ଦ ସେଠ କଂ ସଂଯୋଜନା ଓ ଆଶିଷ କୁମାର ଦେଓ ଧନ୍ୟବାଦ ଅର୍ପଣ ପରେ ସଭା ସାଂଗ ହୋଇଥିଲା।