ବାତ୍ୟାରେ ଭାସିଗଲା ରାସ୍ତା……ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ ।

ବାତ୍ୟାରେ ଭାସିଗଲା ରାସ୍ତା......ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ ।

ବାତ୍ୟାରେ ଭାସିଗଲା ରାସ୍ତା……ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ ।

ଗଜପତି ୩/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସଦର ଠାରୁ ମାତ୍ର ୮୦୦ ମିଟର ଦୂରରେ ରହିଥିବା ବାଘମରା ନାଳରେ ଗତ ବାତ୍ୟା ସମୟରେ ଲଗାଣ ବର୍ଷା ଲାଗି ରହିବା ଫଳରେ ପାହାଡ଼ର ଉପର ମୁଣ୍ଡର ବର୍ଷା ପାଣି ରାସ୍ତା ଉପରେ ଚାଲୁଛି। ପୂର୍ବରୁ ସେହି ସ୍ଥାନରେ ପାଣି ଯିବା ସକାଶେ ପୋଲ ରହିଥିବା ବେଳେ ବର୍ତ୍ତମାନ ସେହି ପୋଲ ଟିକୁ ବନ୍ଦ କରାଯାଇ ଉପର ମୁଣ୍ଡରେ ସେହି ନାଳ ଉପରେ ସମତଳ କରାଯାଇ ସରକାରୀ ଜମି ଭାବେ ପ୍ରଶାସନ ନୂତନ ସରକାରୀ କୋଠା ନିର୍ମାଣ କାର୍ଯ୍ୟ ଚାଲୁରହିଛ। ଯାହା ଫଳରେ କି ପୋଲ ଟିକୁ ସମ୍ପୂର୍ଣ୍ଣ ଭାବେ ମାଟି ପକାଇ ବନ୍ଦ କରି ଦିଆଯାଇଛି। ଫଳରେ ନାଳରେ ବର୍ଷା ପାଣି ଆସିଲେ ରାସ୍ତା ଉପରେ ଯାଉଥିବାରୁ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ ରାସ୍ତା କୋଡରେ ମାଟି ଅତଡ଼ା ଧସି ବିରାଟ ଗାତ ର ଭ୍ରମ ସୃଷ୍ଟି ହୋଇଛି। ଉକ୍ତ ସ୍ଥାନରେ ବିପଦ ସଙ୍କେତ ଲଗାଯାଇ ନଥିବା ବେଳେ କିଛି ପଥର ଖଣ୍ଡ ରଖି କାମ ସରିଛି। ନୂଆଗଡ ଠାରୁ କେରଡ଼ାଙ୍ଗ ମୁଖ୍ୟ ରାସ୍ତା ମଧ୍ୟରେ ହୋଇ ଥିବାରୁ ପ୍ରତିଦିନ ଶହ ଶହ ଗାଡ଼ି ମୋଟର ଯିବା ଆସିବା କରିଥାନ୍ତି। ଅନ୍ଧାରିଆ ରାସ୍ତା ହୋଇଥିବାରୁ କେତେବେଳେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟିବ ତାହା ଏଡ଼ାଇ ଦିଆଯାଇ ନପାରେ।ପ୍ରଶାସନ ପକ୍ଷରୁ ତୁରନ୍ତ ସାମଧନ ସକାଶେ ପଦକ୍ଷେପ ନେଇ କାର୍ଯ୍ୟ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।