ରାଷ୍ଟ୍ରଦୀପ ପ୍ରଚାର ସମିତିର ମୋ ସ୍ବପ୍ନର ଭାରତ ଚିତ୍ରସେବା ପ୍ରତିଯୋଗିତା
ସେମିଳିଗୁଡା ତାରିଖ ୩,୧୧,୨୦୨୬,ରାଷ୍ଟ୍ରଦୀପ ପ୍ରଚାର ସମିତି ତରଫରୁ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ମୋ ସ୍ବପ୍ନର ଭାରତ ଚିତ୍ର ସେବା ପ୍ରତିଯୋଗିତା ଆରମ୍ଭ କରାଯାଇଛି। ଜିଲ୍ଲାର ସମସ୍ତ ବ୍ଲକରେ ଏହା କରାଯାଉଛି। ସେମିଳିଗୁଡା ବ୍ଲକର ବିଲେଇ ଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କୋଡିଏଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହିପ୍ରତିଯୋଗୀତାରେ ପ୍ରଥମ ,ଦ୍ବିତୀୟ,ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା।ସମସ୍ତ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଆନନ୍ଦ କୁମାର ପାଟୱାନିଆ ମୂଖ୍ୟ ଅତିଥି ଓ ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ହରେକୃଷ୍ଣ ଗୌଡ,ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସେଠୀ,ନିବେଦିତା ହରିଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ। ବ୍ଲକ ସ୍ତରରେ ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୧ ତାରିଖରେ କୋରାପୁଟ ଠାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ସୁନାବେଡା,ପଟାଙ୍ଗୀ, ପ୍ରଭୃତି ସ୍ଥାନରେ ମଧ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ରାଷ୍ଟ୍ରଦୀପ ପ୍ରଚାର ସମିତିର ସଂପାଦକ ଡକ୍ଟର ଜଳେନ୍ଦ୍ର ତ୍ରିପାଠୀ ସମସ୍ତ ବ୍ଳକର କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।
