ମହେନ୍ଦ୍ରଗିରିରେ ୧୮ ବର୍ଷ ପରେ ହେବ କୁମ୍ଭ ମେଳା, ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ବିଭୂତି ଜେନା

ମହେନ୍ଦ୍ରଗିରିରେ ୧୮ ବର୍ଷ ପରେ ହେବ କୁମ୍ଭ ମେଳା, ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ବିଭୂତି ଜେନା

ମହେନ୍ଦ୍ରଗିରିରେ ୧୮ ବର୍ଷ ପରେ ହେବ କୁମ୍ଭ ମେଳା, ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ବିଭୂତି ଜେନା

ମହେନ୍ଦ୍ରଗିରିରେ ୧୮ ବର୍ଷ ପରେ ହେବ କୁମ୍ଭ ମେଳା, ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ବିଭୂତି ଜେନାଓଡ଼ିଶାର ଦ୍ୱିତୀୟ ସର୍ବୋଚ୍ଚ ପର୍ବତ ତଥା ପୌରାଣିକ ପୀଠ ମହେନ୍ଦ୍ରଗିରି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି। ଦୀର୍ଘ ୧୮ ବର୍ଷ ପରେ ପଡୁଥିବା ‘ଯୋଡା ଜ୍ୟେଷ୍ଠ’ (ଯୁଗ୍ମ ଜ୍ୟେଷ୍ଠ ମାସ) ଅବସରରେ ମହେନ୍ଦ୍ରଗିରିଠାରେ ପ୍ରଥମ ଥର ପାଇଁ ଏକ ଭବ୍ୟ କୁମ୍ଭ ମେଳା ଅନୁଷ୍ଠିତ ହେବ । ଗଜପତି (ମନୋଜ ପାଢ଼ୀ)୧୩।୪:- ଓଡ଼ିଶାର ଦ୍ୱିତୀୟ ସର୍ବୋଚ୍ଚ ପର୍ବତ ତଥା ପୌରାଣିକ ପୀଠ ମହେନ୍ଦ୍ରଗିରି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି। ଦୀର୍ଘ ୧୮ ବର୍ଷ ପରେ ପଡୁଥିବା ‘ଯୋଡା ଜ୍ୟେଷ୍ଠ’ (ଯୁଗ୍ମ ଜ୍ୟେଷ୍ଠ ମାସ) ଅବସରରେ ମହେନ୍ଦ୍ରଗିରିଠାରେ ପ୍ରଥମ ଥର ପାଇଁ ଏକ ଭବ୍ୟ କୁମ୍ଭ ମେଳା ଅନୁଷ୍ଠିତ ହେବ।ଏହି ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମହେନ୍ଦ୍ର ଆଶ୍ରମ ଠାରେ ଅନୁଷ୍ଠିତଏକ ପ୍ରସ୍ତୁତି ବୈଠକରେ ବାଣିଜ,ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇଥିଲେ। ଏହି ବିଶାଳ ଧାର୍ମିକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ଲୋଡ଼ିଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଓ ପ୍ରଶାସନଙ୍କ ସହିତ ସେଠାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ଜ୍ୟେଷ୍ଠ ମାସରେ ଦୁଇଟି ପୂର୍ଣ୍ଣିମା ପଡୁଥିବାରୁ ଏହାକୁ ‘ଯୋଡା ଜ୍ୟେଷ୍ଠ’ କୁହାଯାଏ। ଯାହା ଏକ ବିରଳ ସଂଯୋଗ। ଏହି ପବିତ୍ର ସମୟରେ ମହେନ୍ଦ୍ରଗିରିରେ କୁମ୍ଭ ସାନ୍ନର ଆୟୋଜନ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନୂଆ ଅନୁଭୂତି ହେବ I ପବିତ୍ର ସମୟ ଆସିଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଦେଇଛି। ମହେନ୍ଦ୍ରଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଥମ ଥର ପାଇଁ କୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ବୈଠକରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପାନୀୟ ଜଳ, ଆଲୋକୀକରଣ, ଶୌଚାଳୟ, ସୁରକ୍ଷା ଏବଂ ଗମନାଗମନର ସୁବିଧା ଉପରେ ସବିଶେଷ ଆଲୋଚନା ହୋଇଛି। ଏନେଇ ପାଞ୍ଚ ଜଣିଆ କୋର କମିଟି ଗଠନ କରାଯାଇଛି। ଭକ୍ତମାନେ ଯେପରି ସୁରୁଖୁରୁରେ ଦର୍ଶନ ଓ ପବିତ୍ର ସ୍ଥାନରେ କିପରି ସ୍ନାନ କରିପାରିବେ ସ୍ୱେଚ୍ଛାସେବୀଙ୍କ ମୁତୟନ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି।

ଏହି ପର୍ବତ ଶୃଙ୍ଗର ଆଧ୍ୟାତ୍ମିକ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ବେଳେ ଏହି ମେଳା କେବଳ ଧାର୍ମିକ ନୁହେଁ ବରଂ ଗଜପତି ଜିଲ୍ଲାର ପର୍ଯ୍ୟଟନ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ବୈଠକରେ ମତ ପ୍ରକାଶ ପାଇଛି।ଉକ୍ତ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କାମଦେବ ବଡ଼ନାୟକ, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ସ୍ଵାମୀ ଭାସ୍କର ତୀର୍ଥ ଲକ୍ଷ୍ମୀବାବା, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ରାଧା କୃଷ୍ଣ ଜାନି, ଗଞ୍ଜାମ ସହ ବିଭାଗ କାର୍ଯ୍ୟବାହ ଜୁରୀଆ ଜାନି, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଇକୋ ଡେଭେଲପମେଣ୍ଟ କମିଟିର ସଭାପତି ସନିଆ ଧାଙ୍ଗଡ଼ା ଭୂୟାଁ, ବରିଷ୍ଠ ବିଜେପି ନେତା ସିଦ୍ଧେଶ୍ଵର ମିଶ୍ର, ଜଗା ମହାପାତ୍ର, ଏ ଶ୍ରୀନିବାସ ରାଓ, ମାନସ ରଞ୍ଜନ ପଟ୍ଟନାୟକ, କାହ୍ନୁ ଚରଣ ଭୂୟାଁ, ଭାଗବତ ପାଇକ, ଗୌରାଙ୍ଗ ଗୌଡ ଙ୍କ ସମେତ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବୀ, ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ l ଦୀର୍ଘ ବର୍ଷର ଅପେକ୍ଷା ପରେ ହେବାକୁ ଥିବା ଏହି ମହୋତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଏବେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଛି I