*ବାତ୍ୟା ପରବର୍ତ୍ତୀ ସମୟରେ ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ* ।ଗଜପତି,30.10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଜପତି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।ସେହିପରି ବାତ୍ୟାର ପ୍ରଭାବରେ ଗୃହପାଳିତ ପଶୁମାନେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଖବର ପ୍ରଶାସନର ହସ୍ତଗତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲାର ବିଭିନ୍ନ ବ୍ଲକରେ ଭ୍ରାମ୍ୟମାଣ ପଶୁ ଚିକିତ୍ସା ଶିବିରମାନ ଆୟୋଜନ କରାଯାଇଛି।ଏହି ଶିବିରଗୁଡ଼ିକରେ ପଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକୀୟ ଚିକିତ୍ସା ଓ ଔଷଧ ବଣ୍ଟନ କରାଯାଇଛି। ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ପଶୁମାନଙ୍କ ଉପରେ ପଡ଼ିଥିବା ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପଶୁ ଚିକିତ୍ସା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।ଏହା ଦ୍ୱାରା ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ସହ ପଶୁଧନ ଉପରେ ନିର୍ଭରଶୀଳ ଚାଷୀ ଓ ପଶୁପାଳକଙ୍କ ଜୀବିକାକୁ ସୁରକ୍ଷିତ ରଖିବା ଦିଗରେ ପ୍ରଶାସନ ପ୍ରୟାସ ଜାରି ରଖିଛି।
ବାତ୍ୟା ପରବର୍ତ୍ତୀ ସମୟରେ ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ* ।
