ଆରବୀ ସିଦ୍ଧେଶ୍ୱର ମନ୍ଦିର ଓ ଦୁର୍ଗା ମନ୍ଦିରର ମରାମତି ତଥା ନବୀକରଣ କାର୍ଯ୍ୟ ର ବକେୟା ଅର୍ଥ ପ୍ରଦାନ ନେଇ ଜ଼ିଲ୍ଲାପାଳ ଙ୍କୁ ଅନୁରୋଧ!

ଆରବୀ ସିଦ୍ଧେଶ୍ୱର ମନ୍ଦିର ଓ ଦୁର୍ଗା ମନ୍ଦିରର ମରାମତି ତଥା ନବୀକରଣ କାର୍ଯ୍ୟ ର ବକେୟା ଅର୍ଥ ପ୍ରଦାନ ନେଇ ଜ଼ିଲ୍ଲାପାଳ ଙ୍କୁ ଅନୁରୋଧ!

ଆରବୀ ସିଦ୍ଧେଶ୍ୱର ମନ୍ଦିର ଓ ଦୁର୍ଗା ମନ୍ଦିରର ମରାମତି ତଥା ନବୀକରଣ କାର୍ଯ୍ୟ ର ବକେୟା ଅର୍ଥ ପ୍ରଦାନ ନେଇ ଜ଼ିଲ୍ଲାପାଳ ଙ୍କୁ ଅନୁରୋଧ

ରାୟଗଡ( info media)ରାୟଗଡ ଜ଼ିଲ୍ଲା କୋଳନରା ବ୍ଲକ ଅଧିନସ୍ଥ ଆରବି ଗ୍ରାମର ଚିନ୍ତାମଣି ହୁଇକା, ମିନକେତନ ମାଝୀ, ରାୟଗଡ ଜ଼ିଲ୍ଲାପାଳ ଙ୍କ ଙ୍କ ଅଭିଯୋଗ ଶୁଣାଣି କୋଳନରା ବ୍ଲକ ରେ ଜ଼ିଲ୍ଲାପାଳ ଙ୍କୁ ଅଭିଯୋଗ କରିକହିଛନ୍ତି ଯେ ଆଇଟିଡିଏ ରାୟଗଡ଼ା ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷରେ ଆରବୀ ସିଦ୍ଧେଶ୍ବର ମନ୍ଦିର ଓ ଆରବୀ ଦୁର୍ଗା ମନ୍ଦିରର ମରାମତି ତଥା ନବୀକରଣ କାର୍ଯ୍ୟ ନିମନ୍ତେ ମଞ୍ଜୁରୀକୃତ ଅର୍ଥରାଶିର ବକେୟା ଅର୍ଥ ଏପର୍ଯ୍ୟନ୍ତ ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି lସୂଚନା ଯୋଗ୍ୟଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ଉପରୋକ୍ତ ଦୁଇଟି ମନ୍ଦିରର ମରାମତି ଓ ନବୀକରଣ ନିମନ୍ତେ ପ୍ରତ୍ୟେକ ମନ୍ଦିର ପାଇଁ ୫,୦୦,୦୦୦/- ଟଙ୍କା (ଅକ୍ଷରରେ ଟଙ୍କା ପାଞ୍ଚ ଲକ୍ଷ ମାତ୍ର) ମଞ୍ଜୁର କରିଥିଲେ ଏବଂ ରକ୍ତ ଅର୍ଥରାଶି ଆଇଟିଡିଏ ରାୟଗଡ଼ା ଅଧୀନରେ ରଖାଯାଇଥିଲା ।

ଏହି କାର୍ଯ୍ୟଗୁଡ଼ିକ ବିଭାଗୀୟ ଭାବେ ଆଇଟିଡିଏ ରାୟଗଡ଼ାର ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଶ୍ରୀ ବୁଦ୍ଧିରାମ ମୁର୍ମୁଙ୍କ ତତ୍ତ୍ୱାବଧାନରେ କରାଯିବାର ବ୍ୟବସ୍ଥା ଥିଲା । ତେବେ, ଉକ୍ତ କନିଷ୍ଠ ଯନ୍ତ୍ରୀ ଅନୌପଚାରିକ ଭାବରେ ମୀନକେତନ କୁ ଏହି କାର୍ଯ୍ୟଗୁଡ଼ିକ ସମ୍ପାଦନ କରିବାକୁ ଦାୟିତ୍ଵ ଦେଇଥିଲେ ତାଙ୍କ କନିଷ୍ଠ ଯନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅଟକଳ ଅନୁସାରେ ଆମ୍ଭେ ଉଭୟ ମନ୍ଦିରର ମରାମତି ଓ ନବୀକରଣ କାର୍ଯ୍ୟ ଆରମ୍ଭ କରିବା ସହିତ ସମ୍ପାଦନ କରିଥିଲେ lଆରବୀ ଦୁର୍ଗା ମନ୍ଦିରର ମରାମତି ଓ ନବୀକରଣ କାର୍ଯ୍ୟ ପ୍ରସ୍ତୁତ ଅଟକଳ ଅନୁଯାୟୀ ସମ୍ପୂର୍ଣ କରାଯାଇଛି। କାର୍ଯ୍ୟ ସମାପ୍ତ ହେବା ପରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଶ୍ରୀ ବୁଦ୍ଧିରାମ ମୁର୍ମୁ ତାଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାରୁ ଏକ ଆକାଉଣ୍ଟ ପେୟୀ ଚେକ୍ ମାଧ୍ଯମରେ ୩,୦୦,୦୦୦/- ଟଙ୍କା (ଅକ୍ଷରରେ ଟଙ୍କା ତିନି ଲକ୍ଷ ମାତ୍ର) ପ୍ରଦାନ କରିଥିଲେ ।

ଉକ୍ତ ଚେକ୍‌ଟି ଶ୍ରୀ ଚିନ୍ତାମଣି ହୁଇକାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ମୁଖ୍ୟ ଶାଖା, ରାୟଗଡ଼ାସ୍ଥିତ ବ୍ୟାଙ୍କ ଖାତା ନମ୍ବର ୧୧୦୩୮୯୯୪୨୧୪ରେ ଜମା କରାଯାଇ ଅର୍ଥ ଉଠାଯାଇଥିଲା। କିନ୍ତୁ, ବାରମ୍ବାର ଅନୁରୋଧ ଓ ବ୍ୟକ୍ତିଗତ ଭାବେ ନିବେଦନ କରିବା ସତ୍ତ୍ୱେ ଏପର୍ଯ୍ୟନ୍ତ ବକେୟା ୨,୦୦,୦୦୦/- ଟଙ୍କା (ଅକ୍ଷରରେ ଟଙ୍କା ଦୁଇ ଲକ୍ଷ ମାତ୍ର)ପ୍ରଦାନ କରାଯାଇନାହିଁ।ଆରବୀ ସିଦ୍ଧେଶ୍ବର ମନ୍ଦିରର ମରାମତି ଓ ନବୀକରଣ କାର୍ଯ୍ୟ ମଧ୍ଯ ଆମ୍ଭେ ଆରମ୍ଭ କରିଥିଲି ଏବଂ ଅନୁମୋଦିତ ଅଟକଳ ଅନୁଯାୟୀ ପ୍ରାୟ ୭୫ ପ୍ରତିଶତ କାର୍ଯ୍ୟ ଇତିମଧ୍ଯରେ ସମ୍ପୂର୍ଣ ହୋଇସାରିଛି। କିନ୍ତୁ, ଏହି କାର୍ଯ୍ୟର କୌଣସି ୠଣ୍ଣିଙ୍ଗ ବିଲ୍ଲ ଅର୍ଥରାଶି ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ଫଳରେ ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ କରିବା ସମ୍ଭବ ହୋଇପାରିନାହିଁ I

ରାୟଗଡ଼ା କାର୍ଯ୍ୟାଳୟରେ ଏ ସମ୍ପର୍କରେ ପଚାରି ବୁଝିବାରୁ ଜଣାପଡ଼ିଲା ଯେ, ମଞ୍ଜୁରୀକୃତ ଅର୍ଥରାଶିର ଅବଧୂ ସମାପ୍ତ ହୋଇଯାଇଛି ଏବଂ ଉକ୍ତ ଅର୍ଥରାଶି ସରକାରଙ୍କୁ ଫେରସ୍ତ କରାଯାଇଛି ବୋଲି l ସେଥିପାଇଁ ଜ଼ିଲ୍ଲାପାଳ ଅଭିଯୋଗ ଶୁଣାଣି କୋଳନରା ଠାରେ ମୀନକେତନ ବକେୟା ଅର୍ଥ ପ୍ରଦାନ ନିମନ୍ତେ ଜ଼ିଲ୍ଲାପାଳ ଙ୍କୁ ନିବେଦନ କରିଥିଲେ ଓ ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜ଼ିଲ୍ଲାପାଳ କହିଥିଲେ l କିନ୍ତୁ ଜ଼ିଲ୍ଲାପାଳ ଙ୍କ ନିର୍ଦେଶ କୁ ଫୁ ମାରି ଚୁପ ବସିଛନ୍ତି ଆଇଟିଡିଏ ରାୟଗଡ. ର ଅଧିକାରୀ ଓ ଯନ୍ତ୍ରୀ ବୋଲି ମୀନକେତନ କହିଛନ୍ତି lରାୟଗଡ. ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ