ନୂଆଗଡ ବ୍ଲକ୍ ରେ ଲାଗି ରହିଛି ପବନ ସାଙ୍ଗକୁ ଲଗାଣ ବର୍ଷା ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ଜାରି ରହିଛି ପବନ ସାଙ୍ଗକୁ ଲଗାଣ ବର୍ଷା। ଗତ କାଲି ଠାରୁ ଆରମ୍ଭ ହୋଇଥିବା ବାତ୍ୟାର ପ୍ରକୋପ ଜାରି ରହିଛି ଯାହା ଫଳରେ କି ଦିନ ସାରା ବର୍ଷା ଲାଗି ରହିଛି।ତୁହା କୁ ତୁହା ବର୍ଷା ସହ ପବନ ର ବେଗ ବଢ଼ି ଚାଲିଛି ଯାହା ଫଳରେ କି ଲୋକଙ୍କ ଜୀବନ ଜୀବିକା ସହିତ ଯାତାୟାତ ବାଧାପ୍ରାପ୍ତ ହେଉଛି। ସ୍ଥାନୀୟ ଖଜୁରୀ ପଦା ସ୍ଥିତ କଲେଜ ନିକଟ ମୁଖ୍ୟ ରାସ୍ତା ଉପରେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଗଛ କୁ ଅଗ୍ନିଶମ ବାହିନୀ ଙ୍କ ସହାୟତାରେ କଟାଯାଇ ଥିଲା। ପବନର ବେଗ ବଢୁଥିବାରୁ ପୂଟୁରୁ ପଡା ପଞ୍ଚାୟତର ରାମଗିରି ଅଞ୍ଚଳ କୁ ସଂଯୋଗ କରୁଥିବା ବୁରୁ ସିଂ ଠାରୁ ଆରାଡି ରାସ୍ତାରେ ଗଛ ପଡ଼ିଥିଲା । ପୁଟୁରୁ ପଡା ପଞ୍ଚାୟତର ସରପଞ୍ଚ ଚୈତନ୍ୟ ଭୂୟାଁ ଙ୍କ ସହାୟତା ରେ ଗ୍ରାମବାସୀ ଗଛ କୁ କାଟି ରାସ୍ତା ସଫା କରାଯାଇଥିଲା। ଅଜୟ ମଣ୍ଡଳ ଙ୍କ କଦଳୀ ବାଡ ରେ ଲଗା ଯାଇଥିବା କଦଳୀ ଗଛ ଗୁଡିକ ପଡ଼ି ନଷ୍ଟ ହୋଇଯାଇଛି। ନୂଆଗଡ ବ୍ଲକ୍ ରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ପବନ ହେଉଛି।
