ନୂଆଗଡ ରେ ଗଜଲକ୍ଷ୍ମୀ ପୂଜା ।

ନୂଆଗଡ ରେ ଗଜଲକ୍ଷ୍ମୀ ପୂଜା ।

ନୂଆଗଡ ରେ ଗଜଲକ୍ଷ୍ମୀ ପୂଜା ।

ଗଜପତି, (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସଦର ସ୍ଥିତ ସ୍ଥାନୀୟ ମାଣିକେଶ୍ୱରୀ ସାହି ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ମା ଜଗତ ଜନନୀ ଗଜଲକ୍ଷ୍ମୀ।ପ୍ରଥମ ଦିନ କଳସ ଯାତ୍ରା ସହ ଗ୍ରାମ ଦେବତୀ ମା ସିଦ୍ଧେଶ୍ୱରୀ ,ମାଣିକେଶ୍ୱରୀ,ଦ୍ୱାରଶୁଣି ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ମା ଙ୍କ ଅସ୍ଥାୟୀ ମଣ୍ଡପରେ ପୂଜା ଆରମ୍ଭ ହୋଇ ଥିଲା।ସ୍ଥାନୀୟ କଳାକାର ଡମ୍ବୁର ଦଳାଇଙ୍କ ହାତ ନିର୍ମିତ୍ତ ମା ଙ୍କ ପ୍ରତିମା ସାଙ୍ଗକୁ ବିଭିନ୍ନ ରଙ୍ଗିନ ଆଲୋକମାଳା ସହ ସୁସଜ୍ଜିତ ପୂଜା ମଣ୍ଡପରେ ପୂଜା ଦେଖିବା ସକାଶେ ପ୍ରତିଦିନ ସନ୍ଧ୍ୟା ସମୟରେ ବିଭିନ୍ନ ଅଞ୍ଚଳ ର ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗି ରହୁଛି। ପ୍ରତିଦିନ ସକାଳ ଧୂପ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ସହ ସନ୍ଧ୍ୟା ଆଳତୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି।ମା ଙ୍କ ପୂଜା ଗତ ୩ ବର୍ଷ ଧରି ଅନୁଷ୍ଠିତ ହେଉଥିବା ପୂଜା କମିଟିର ସଭାପତି ସୁରେନ୍ଦ୍ର ଦଳାଇ, ସମ୍ପାଦକ ନାରାୟଣ ସ୍ୱାଇଁ,ଅର୍ଜୁନ ଦଳାଇ,କୋର ପାଇକ,ମିଟୁ ପାଇକ,ସତ୍ୟବାନ ପାଇକ ଙ୍କ ସମେତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ରେ ମା ଙ୍କ ପୂଜା ୧୦ ଧରି ହେଉଥବା ବେଳେ ଆସନ୍ତା ୨୯ ତାରିଖ ଯାଏଁ ପୂଜା ଅନୁଷ୍ଠିତ ହେଉଥିବା ସୂଚନା ରହିଛି।