*ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୮୨.୪ ମିମି ରେକର୍ଡ* ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାରେ ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବୁଧବାର ଦିନ ସାରା ପ୍ରବଳ ବର୍ଷା ହୋଇଛି। ଜିଲ୍ଲାର ୮ଟି ବର୍ଷା ମାପକ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ମୋଟ ୯୬୯.୨ ମିଲିମିଟର ବର୍ଷା ହୋଇଥିବା ବେଳେ ହାରାହାରି ବର୍ଷା ପରିମାଣ ୧୨୧.୧୫ ମିଲିମିଟର ରହିଛି।ଜିଲ୍ଲାର ମୋହନାରେ ସର୍ବାଧିକ ୧୮୨.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୧୪୦ ମିମି ଏବଂ ଗୁମ୍ମାରେ ୧୩୫ ମିମି ବର୍ଷା ହୋଇଛି। ସେହିପରି ଗୋଷାଣୀରେ ୧୨୮ ମିମି, ରାୟଗଡ଼ାରେ ୧୦୬.୨ ମିମି, କାଶୀନଗରରେ ୧୦୫.୮ ମିମି, ଆର୍. ଉଦୟଗିରିରେ ୯୬.୮ ମିମି ଏବଂ ନୂଆଗଡ଼ ବ୍ଲକ୍ରେ ସର୍ବନିମ୍ନ ୭୫ ମିମି ବର୍ଷା ରେକର୍ଡ କରାଯାଇଛି।ଆର.ଉଦୟଗିରି ବ୍ଳକର କଣକଟା – ପୁରୁଣାପାଣି ରାସ୍ତାର କଇଠଢେପ ଓ ମହେନ୍ଦ୍ରଗିରି ଯିବା ମୂଖ୍ୟ ରାସ୍ତା କଇଁପୁର ଠାରୁ ବୁରୁଖତ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଗମନାଗମନରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛି। ବର୍ଷା ଯୋଗୁଁ ଜିଲ୍ଲାର ତଳିଆ ଅଞ୍ଚଳ ଓ ପାହାଡ଼ିଆ ରାସ୍ତାରେ ଯାତାୟାତ ବେଳେ ଜନସାଧାରଣ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
