ସେମିଳିଗୁଡା ଦମ୍ପତ୍ତିଙ୍କ ଆନ୍ତର୍ଜାତିକ ଗାନସିଡ କଂଗ୍ରେସରେ ଯୋଗଦାନ
ସେମିଳିଗୁଡା ତାରିଖ ୨୫,୧୦,୨୦୨୬,ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ତଥା ଓଡିଶା ରକ୍ତଦାତା ସଂଘ କୋରାପୁଟ ଶାଖାର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧା ରାଣୀ ମିଶ୍ର ଓ ସଭାପତି ତଥା ଏଫଡିଓଓ କୋରାପୁଟର ଉପଦେଷ୍ଟା ଡକ୍ଟର ଚିତରଞ୍ଜନ ମିଶ୍ର ଓଡିଶାରୁ ଏକମାତ୍ର ଅନୁଷ୍ଠାନ ଭାବରେ ହାଇଦ୍ରାବାଦଠାରେ ୨୩,୧୦,୨୦୨୬ ରୁ୨୫,୧୦,୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ଆନ୍ତର୍ଜାତୀୟ ସେମିନାର ଗ୍ଳୋବାଲ ଆକ୍ସନ ନେଟୱର୍କ ଫର ସିକିଲସେଲ ଆଣ୍ଡ୍ ଅଦର ଇନହେରିଟେଡ୍ ବ୍ଲଡ୍ ଡିଜଅର୍ଡର୍ସ ,ଗାନସିଡ କଂଗ୍ରେସରେ ଯୋଗଦାନ କରି କୋରାପୁଟର ଆଦିବାସୀ ବହୁଳ ଅଞ୍ଚଳରେ ରକ୍ତଶିକୁଳିର ବହୁଳତା ଓ ଭୟାବହତା ଉପରେ ଆଲୋକପାତ କରିଥିଲେ।ଏହି କଂଗ୍ରେସରେ ପୃଥିବୀର ୨୧ଟି ଦେଶରୁ ଅଭିଜ୍ଞ ଡାକ୍ତର, ପ୍ରଫେସର, ରକ୍ତଦାନ,ଥାଲାସେମିଆ, ରକ୍ତ ଶିକୁଳି ଉପରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ମୁଖ୍ୟମାନେ ଯୋଗଦାନ କରିଥିଲେ। ହାଇଦ୍ରାବାଦର ନଭୋଟେଲ ହୋଟେଲରେ ତେଲେଙ୍ଗାନା ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଗାନସିଡ କଂଗ୍ରେସର ସିଇଓ ଏହାକୁ ଉଦଘାଟନ କରିଥିଲେ।
