ଝରାପାଲି ମାର୍କେଟ ଗାନ୍ଧୀଜୀପଡା ଠାରେ ଶ୍ରୀ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି।

ଝରାପାଲି ମାର୍କେଟ ଗାନ୍ଧୀଜୀପଡା ଠାରେ ଶ୍ରୀ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି।

ଝରାପାଲି ମାର୍କେଟ ଗାନ୍ଧୀଜୀପଡା ଠାରେ ଶ୍ରୀ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି।

ବରଗଡ ୨୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ ଗାନ୍ଧୀଜୀପଡା ଠାରେ ଶ୍ରୀ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ମହାସମାରୋହରେ କଳସ ଯାତ୍ରା ହୋଇ ପୂଜା ମଣ୍ଡପ କଳସ ସ୍ଥାପନ କରାଯାଇଛି। ଆଜି ପୂର୍ବତନ ଅତାବିରା ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ କୁଂ ଭବ୍ଯ ସମାରୋହରେ ଗାନ୍ଧୀଜୀପଡାର ସମସ୍ତ ମହିଳା ପୁରୁଷ ମାଁ ଗଜଲକ୍ଷ୍ମୀ ପୂଜା ମଣ୍ଡପ କୁ ପାଛୋଟି ନେଇଥିଲେ। ସେଠାରେ ପୂର୍ବତନ ବିଧାୟିକା ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ ମାଁ ଗଜଲକ୍ଷ୍ମୀ କୁଂ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଏହି ସମୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏହାକୁ ସଂଯୋଜନା କରିଥିଲେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ ପରିଚାଳନା କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ ଯୋଗ ଦେଇଥିଲେ। ପୂର୍ବ ନବୀନ ପଟ୍ଟନାୟକ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ବର୍ତମାନ ସରକାର ଜନସାଧାରଣଙ୍କ ଅସୁବିଧା ର ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ପୂର୍ବତନ ସଂକ୍ରିଡା ସରପଞ୍ଚ ସୁଶାନ୍ତ କୁମାର ସାହୁ,ସ୍ଥାନୀୟ ସମ୍ମାନିତ ଅତିଥି ଫଗୁନୁ ଯୁଆଡି, ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ର ସଦସ୍ୟ ସାନିପାନୀ ରାମକୃଷ୍ଣ, ସରପଞ୍ଚ ପ୍ରତିନିଧି ସାନ ସେଠ, ଗଜଲକ୍ଷ୍ମୀ ପୂଜା କମିଟି ସଦସ୍ୟ ରାଜିନ ମେହେର ପ୍ରମୁଖ ମଂଚାସିନ ଥିଲେ। ପରିଶେଷରେ ରାଜିନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।