ଗୋପବନ୍ଧୁ ଜୟନ୍ତୀ ରେ ରକ୍ତ ଦାନ ଶିବିର ୫୫ୟୁନିଟ ରକ୍ତ ସଂଗୃହୀତ……ହୋଇଯାଇଛି।

ଗୋପବନ୍ଧୁ ଜୟନ୍ତୀ ରେ ରକ୍ତ ଦାନ ଶିବିର ୫୫ୟୁନିଟ ରକ୍ତ ସଂଗୃହୀତ......ହୋଇଯାଇଛି।

ଗୋପବନ୍ଧୁ ଜୟନ୍ତୀ ରେ ରକ୍ତ ଦାନ ଶିବିର ୫୫ୟୁନିଟ ରକ୍ତ ସଂଗୃହୀତ……ହୋଇଯାଇଛି।

ବରଗଡ ୯,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀ ପାଲି ଗୋପବନ୍ଧୁ କ୍ଲବ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର କଦଳୀ ପାଲି ଗ୍ରାମ ରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ବାଗବାଡି ଜୋନ ଜିଲ୍ଲା ପରିଷଦ ଗୋବିନ୍ଦ ସାହୁ ମହୁଲ ପାଲି ସମିତି ସଭ୍ୟା ସ୍ୱର୍ଣ୍ଣ ମୟୀ ଭୋଇ, ବିଶିଷ୍ଠ ସମାଜ ସେବୀ ବୁଧରାଜ ବାଗ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ସମାଜ ସେବା ର ପ୍ରତୀକ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କୁ ଅନୁସରଣ କରି ଅତ୍ୟନ୍ତ ଉତ୍ସାହ ର ସହିତ ଆଠ ଯୋଡ଼ା ଦମ୍ପତ୍ତି ଙ୍କ ସମେତ ସର୍ବମୋଟ ୫୫ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଏହି ଶିବିର କୁ ଗୋପବନ୍ଧୁ କ୍ଲବ ର ସଭାପତି ଶ୍ରୀ କ୍ଷିତିପତି ପଧାନ,ଗଙ୍ଗାଧର ପ୍ରଧାନ ,ଆଶିଷ ଭୋଇ, ନରେଶ ପ୍ରଧାନ,ସିଲୁ ଭୋଇ, ବିବେକାନନ୍ଦ ଭୋଇ, ଉମେଶ ପ୍ରଧାନ ,ପପ୍ପୁ ଭୋଇ ରାହୁଲ ଭୋଇ ,ବିକେଶ ପ୍ରଧାନ ,ପ୍ରଦୀପ ପ୍ରଧାନ, ରିଙ୍କୁ ବେହେରା, ବୈକୁଣ୍ଠ ପ୍ରଧାନ ,ପୀତବାସ ବେହେରା ଙ୍କ ସମେତ ଅନ୍ୟ ସଦସ୍ୟ ତଥା କଦଳିପାଲି ଗ୍ରାମବାସୀ ମାନେ ସୁପରିଚାଳନା କରିଥିଲେ। ଏହି ଅବସରରେ ମାନସିକ ଅନଗ୍ରସର ରୋଗୀ ଙ୍କ ସେବା କରାଯାଇଥିଲା। ଶିବିର ଆୟୋଜନ ପାଇଁ ଗୋପବନ୍ଧୁ କ୍ଲବ ର ସଦସ୍ୟ ମାନଙ୍କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ସହଯୋଗୀ,ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।