ଅଳ୍ପ ବୟସରେ ପିଏଚ୍.ଡି. ଡିଗ୍ରୀ ପାଇଲେ ଯୁବ ଅଧ୍ୟାପକ ଚୂଳରାଜ ମେହେର।

ଅଳ୍ପ ବୟସରେ ପିଏଚ୍.ଡି. ଡିଗ୍ରୀ ପାଇଲେ ଯୁବ ଅଧ୍ୟାପକ ଚୂଳରାଜ ମେହେର।

ଅଳ୍ପ ବୟସରେ ପିଏଚ୍.ଡି. ଡିଗ୍ରୀ ପାଇଲେ ଯୁବ ଅଧ୍ୟାପକ ଚୂଳରାଜ ମେହେର।

ବରଗଡ ୧୦,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଚୂଳରାଜ ମେହେର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ତରଫରୁ ଓଡ଼ିଆରେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି । ପ୍ରକାଶ ଥାଉ କି ମାତ୍ର ଛବିଶ ବର୍ଷ ବୟସରେ ସେ ଚାରି ବର୍ଷରୁ ମଧ୍ୟ କମ ସମୟରେ ନିଜର ଗବେଷଣାକୁ ସଫଳତାର ସହ ସମାପନ କରି ଓଡ଼ିଶାର ଅନ୍ୟତମ ଯୁବ ଗବେଷକ ହୋଇପାରିଛନ୍ତି । ଡ. ଆଲୋକ ବରାଳ (ସିନିଅର ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ,କୋରାପୁଟ)ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ତାଙ୍କ “ଜଗଦୀଶ ମହାନ୍ତି ଓ ଫ୍ରାଞ୍ଜ କାଫକାଙ୍କ ଉପନ୍ୟାସର ଭାବ ଓ ଶିଳ୍ପ: ଏକ ତୁଳନାତ୍ମକ ଅଧ୍ୟୟନ” ଶୀର୍ଷକ ମହାନିବନ୍ଧଟି ବାହ୍ୟ ପରୀକ୍ଷକ ଓଡ଼ିଆ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ସବିତା ପ୍ରଧାନଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ତୁଳନାତ୍ମକ ସାହିତ୍ୟ ଭଳି ଦୁର୍ଗମ ପଥରେ ଅଗ୍ରସର ହୋଇ ଜଣେ ଜର୍ମାନ ସାହିତ୍ୟିକଙ୍କ ସହ ଓଡ଼ିଆ ସାହିତ୍ୟିକଙ୍କୁ ତୁଳନା କରିବାରେ ତାଙ୍କର ସାଧନା ଓଡ଼ିଆ ସାହିତ୍ୟ ଗବେଷଣାର ସର୍ବପ୍ରଥମ ପ୍ରୟାସ ଅଟେ । ଏଭଳି ସ୍ୱତନ୍ତ୍ର ବିଷୟ ଚୟନ କରିବାର ସର୍ବାଧିକ ଶ୍ରେୟ ସେ ନିଜର ମାର୍ଗଦର୍ଶକଙ୍କୁ ଦେଇଛନ୍ତି । ଡ. ବରାଳଙ୍କ ପିଏଚ୍.ଡି. ଗବେଷଣା ବିଷୟ “ପୂର୍ବଭାରତୀୟ ଆଞ୍ଚଳିକ ଉପନ୍ୟାସର ତୁଳନାତ୍ମକ ଅଧ୍ୟୟନ” (ଓଡ଼ିଆ, ବଙ୍ଗଳା ଓ ଅସମୀୟା) ତାଙ୍କୁ ସର୍ବାଧିକ ପ୍ରେରଣା ଯୋଗାଇଛି ବୋଲି ସେ ସ୍ୱୀକାର କରନ୍ତି ।ଏହି ସ୍ୱତନ୍ତ୍ର ସଫଳତା ପାଇଁ ମାର୍ଗଦର୍ଶକଙ୍କ ସହ ନିଜର ପରିବାର, ବନ୍ଧୁ ତଥା ସହକର୍ମୀମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ବାଇଶ ବର୍ଷ ବୟସରେ ଏସ.ଏସ.ବି. ଦ୍ୱାରା ଯୁବ ଅଧ୍ୟାପକ ଭାବରେ ଚୟନ ହେବାପରେ ସେ ଲରମ୍ଭା ମହାବିଦ୍ୟାଳୟ, ଲରମ୍ଭାରେ ଅଧ୍ୟାପନା କରୁଛନ୍ତି ।