ସେମିଳିଗୁଡାର ନୂତନ ସିଡିପିଓ ଭି.ଅନ୍ନପୂର୍ଣ୍ଣାଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ
ସେମିଳିଗୁଡା.ତାରିଖ ୮,୧୦,୨୦୨୬,ସେମିଳିଗୁଡା ଶିଶୁ ବିକାଶ ପ୍ରକଳ୍ପ ର ଖାଲି ପଡିଥିବା ଶିଶୁ ବିକାଶ ଯୋଜନା ଅଧିକାରୀ ପଦବୀ ପୂରଣ ହୋଇଛି।ପଟ୍ଟାଙ୍ଗୀରୁ ବଦଳି ହୋଇ ଆସି ଶ୍ରୀମତୀ ଭି.ଅନ୍ନପୂର୍ଣ୍ଣା ଏଠାରେ ସିଡିପିଓ ଭାବରେ ଯୋଗଦେଇଛନ୍ତି।ଯୋଗବେବାପରେ ସେ କ୍ଷେତ୍ର ପରିଦର୍ଶନ କରି ଅଂଗନୱାଡି କେନ୍ଦ୍ର ଗୁଡିକର ସ୍ଥିତି ସମୀକ୍ଷା କରିଥିଲେ।ଏହି ଅବସରରେ ବରିଷ୍ଠ ସମାଜସେବୀ ତଥା ବିଜେପିର ବରିଷ୍ଠ ନେତ୍ରୀ,ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ନୂତନ ସିଡିପିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ପ୍ରକଳ୍ପର ସମସ୍ତ ଅଂଗନୱାଡି କେନ୍ଦ୍ରକୁ ସକ୍ଷମ ଅଂଗନୱାଡିରେ ପରଣତ କରି ସୁଭଦ୍ରା ଯୋଜନାର ଶତ ପ୍ରତିଶତ ସଫଳତା କରିବାପାଇଁ କହିଥିଲେ। ସେ ମା ଓ ଶିଶୁ,କିଶୋରୀମାନଙ୍କ ପୁଷ୍ଟିହୀନତା ଦୂରୀକରଣ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି।






