ନାଇରା ବଂଶଧାରା ନଦୀ ରେ ପୋଲ ନିର୍ମାଣ ର ସମୟ ସୀମା ଅତିକ୍ରାନ୍ତ ସ୍ୱତେ କାମ ଶେଷ କରିବା ନିମନ୍ତେ ବିଭାଗୀୟ କର୍ତୃପକ୍ଷ ଚେଷ୍ଠିତ
ରାୟଗଡ( info media)ଲୋକଙ୍କ ଯାତାୟତ କୁ ସାଗୁମ ଓ ସହଜ କରିବା ନିମନ୍ତେ ବଂଶଧାରା ନଦୀ ଉପରେ ଏକ ବ୍ରିଜ ର ଆବଶ୍ୟକ ରହିଥିଲା l ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ବିଜେଡି ମନ୍ତ୍ରୀ ଜଗନ୍ନାଥ ସାରକା ଓ ପୂର୍ବତନ ବିଜେଡି ଜ଼ିଲ୍ଲା ସଭାପତି ସୁଧୀର ଦାସ ଙ୍କ ଚେଷ୍ଟା ଫଳରେ ତତ୍କାଳୀନ ରାୟଗଡ ପୂର୍ତ୍ତ ବିଭାଗ ଦ୍ୱତୀୟ ର ନିର୍ବାହୀ ଯନ୍ତ୍ରୀ ସୀମାଦ୍ରୀ ନାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ କରି ଟେଣ୍ଡର ପ୍ରକ୍ରିୟା ସମାପ୍ତ କରି ବ୍ରିଜ କାମ ଆରମ୍ଭ କରିଥିଲେ l ସୂଚନା ଯୋଗ୍ୟଯେ ଏହି ବ୍ରିଜ କୁ ନିର୍ମାଣ ନିମନ୍ତେ ଅଟକଳ ମୂଲ୍ୟ 31 କୋଟି ରଖାଯାଇଥିବା ବେଳେ ଅଟକଳ ମୂଲ୍ୟ ରୁ 4 କୋଟି ଟଙ୍କା କମ ରେ 27 କୋଟି ଟଙ୍କା ରେ ବ୍ରହ୍ମପୁର ର ଠିକାଦାର ଅରୁଣ ଶତପଥୀ କାମ ନେଇଥିଲେ l ଏହି କାମକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସି ମାଧ୍ୟମରେ ବ୍ରିଜ କାମ ର ଶୁଭ ଦେଇଥିଲେ l ଏହି ବ୍ରିଜ କାମଟି 07.01.2022 ରେ ଆରମ୍ଭ ହୋଇଥିଲା ଓ 06.07.2024 ରେ ବ୍ରିଜ କାମ ସମ୍ପୂର୍ଣ୍ଣ ନିମନ୍ତେ ଠିକାଦାର ଓ ବିଭାଗୀୟ କର୍ତୃପକ୍ଷ ଙ୍କ ମଧ୍ୟ୍ୟ ରର ଏକ ଚୁକ୍ତିନାମା ହୋଇଥିଲା l ସୂଚନା ଯୋଗ୍ୟଯେ ଏହି ପୋଲ ର ଲମ୍ବା 450ମିଟର ଥିବା ବେଳେ ପିଲାର ସଂଖ୍ୟା 16,ସ୍ପାନ 15 ସଂଖ୍ୟା ରେ ନିର୍ମାଣ ନିମନ୍ତେ କାମ ଆରମ୍ଭ ହୋଇଥିଲା l କାମ ଆରମ୍ବ ରୁ କେତକ ବୈଶିକ କାରଣ ରୁ କାମ ର ଅଗ୍ରଗତି ହୋଇପାରିଥିବା ଜଣାପଡିଛି l ବ୍ରିଜ କାମ ନିମନ୍ତେ ନାଇରା ପଟରୁ ଜମି ଅଧିଗ୍ରହଣ ହୋଇଥିଲା କିନ୍ତୁ ଲୋକନାଥ ପୁର ପଟ ଜମି ଅଧିଗ୍ରହଣ ପ୍ରକ୍ରିୟା ରେ ବାଧା ସୃଷ୍ଟି ହୋଇଥିଲା l ତଥାପି ବିଭଗୀୟ କର୍ତୃପକ୍ଷ ଗୁଡାରି ତହସିଲଦାର ଓ ସ୍ଥାନୀୟ ଅଂଚଳ ର କିଛି ଭଦ୍ର ବ୍ୟକ୍ତି ସହଯୋଗ ରର ଜମି ଅଧିଗ୍ରହଣ କାମ ସମାପ୍ତି ହୋଇଥିଲା l ପରେ ପରେ ନଦୀ ରେ ପୋଲ କାମ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସ୍ପାନ କାମ ବାକିରହିଥିବାର ଦେଖିବାକୁ ମିଳିଛି l ନାଇରା ପଟ ବ୍ରିଜ ର ଆପ୍ରଛ ରାସ୍ତା କାମ ପାଇଁ କେତେକ ଅସୁବିଧା ଦେଖାଦେଇଥିଲା l ସ୍ଥାନୀୟ ନାଇରା ଗ୍ରାମବାସୀ ଓ ବିଭାଗୀୟ କର୍ତୃପକ୍ଷ ଆଲୋଚନା କରି ଘଟଣା ର ସମାଧାନ କରି କାମ ଆରମ୍ବ କରିଥିଲେ l ବର୍ଷା ବାଧକ ପାଇଁ କାମ ବନ୍ଦ ରହିଛି ଓ ଯଥା ଶୀଘ୍ର କାମ ଆରମ୍ବ ହେବା ବୋଲି ଅଧିକ୍ଷଣ ଯନ୍ତ୍ରୀ ରାୟଗଡା ପୂର୍ତ୍ତ ବିଭଗ 2 ଗୁଣୁପୁର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ କହିଛନ୍ତି l କାମ ସମାପ୍ତି ର ସମୟ ସୀମା ଶେଷ ହୋଇଛି ସତ କିନ୍ତୁ କାମ କିପରି ଖୁବ ଶୀଘ୍ର ସମାପ୍ତି ହେବ ସେଥିପାଇଁ ପାଇଁ ଆମେ ଠିକାଦାର ଙ୍କ ଆଲୋଚନା କରିଛୁ ଅତି ଶୀଘ୍ର ବ୍ରିଜ କାମ ସମ୍ପୂର୍ଣ୍ଣ କରିବୁ ବୋଲି ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
