ବିଶ୍ୱଶାନ୍ତି ଓ ମାନବ କଲ୍ୟାଣ ପାଇଁ ମାରୁତି ୱାକର୍ସ କ୍ଲବର ସମୂହ ହନୁମାନ ଚାଳିଶା ପାଠ

ବିଶ୍ୱଶାନ୍ତି ଓ ମାନବ କଲ୍ୟାଣ ପାଇଁ ମାରୁତି ୱାକର୍ସ କ୍ଲବର ସମୂହ ହନୁମାନ ଚାଳିଶା ପାଠ

*ବିଶ୍ୱଶାନ୍ତି ଓ ମାନବ କଲ୍ୟାଣ ପାଇଁ ମାରୁତି ୱାକର୍ସ କ୍ଲବର ସମୂହ ହନୁମାନ ଚାଳିଶା ପାଠ

*ବିଶ୍ୱଶାନ୍ତି, ମାନବ କଲ୍ୟାଣ, ସମାଜରେ ଏକତା ଓ ସଦ୍ଭାବନା କାମନା କରି ମାରୁତି ୱାକର୍ସ କ୍ଲବ, ବ୍ରହ୍ମପୁର ପକ୍ଷରୁ ଶନିବାର ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ସମୂହ ଶ୍ରୀ ହନୁମାନ ଚାଳିଶା ପାଠ ଓ ସାମୂହିକ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ. ଇ. ଜୟନ୍ତୀ ରାଓ ମୁଖ୍ୟ ଅତିଥି ଏବଂ ଶ୍ରୀ ବି.ପି.କେ. ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦେଇ ୱାକର୍ସ ମୁଭମେଣ୍ଟର ଉଦ୍ଦେଶ୍ୟ, ୱାକର୍ସ କ୍ଲବ ଅଫ୍ ଇଣ୍ଡିଆର କାର୍ଯ୍ୟଧାରା ଓ ସମାଜ ପ୍ରତି ଏହାର ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବେଦ ପାଠଶାଳାର ଛାତ୍ରମାନଙ୍କ ଦ୍ୱାରା ବେଦ ପାଠ କରାଯାଇଥିଲା। କ୍ଲବର ଉପଦେଷ୍ଠା ଶ୍ରୀ ସଞ୍ଜୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଶ୍ରୀ ହନୁମାନଙ୍କ ଭକ୍ତି, ଶକ୍ତି, ସେବା ଓ ତ୍ୟାଗର ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।କ୍ଲବର ସଭାପତି ଶ୍ରୀ କେ. କିରଣ କୁମାର ଦୋରାଙ୍କ ନେତୃତ୍ୱରେ ବିଶ୍ୱଶାନ୍ତି ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା। ଯୁଦ୍ଧ, ହିଂସା, ଘୃଣା ଓ ବୈରଭାବ ଦୂର ହୋଇ ବିଶ୍ୱରେ ଶାନ୍ତି, ପ୍ରେମ, କରୁଣା, ଭାଇଚାରା ଓ ପରସ୍ପର ସମ୍ମାନ ପ୍ରତିଷ୍ଠିତ ହେବା ପାଇଁ ପ୍ରାର୍ଥନା କରାଯାଇଥିଲା।ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ସେଠୀଙ୍କ ନେତୃତ୍ୱରେ ଦେଶର ମଙ୍ଗଳ, ସମାଜର ଏକତା, ବିଶ୍ୱଶାନ୍ତି ଓ ସମଗ୍ର ମାନବଜାତିର କଲ୍ୟାଣ ନିମନ୍ତେ ସାମୂହିକ ସଙ୍କଳ୍ପ ଗ୍ରହଣ କରାଯାଇଥିଲା।ଏହାପରେ ଶ୍ରୀ ବିପ୍ର ଚରଣ ଦଳାଇ ଓ ଶ୍ରୀ ଉମାଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଓ ଭକ୍ତବୃନ୍ଦ ସମୂହ ହନୁମାନ ଚାଳିଶା ପାଠ କରିଥିଲେ।ଉପଦେଷ୍ଟା ଶ୍ରୀ ଏ. କେଶବ ରେଡ୍ଡୀଙ୍କ ଦ୍ୱାରା ଶାନ୍ତି ମନ୍ତ୍ର ପାଠ କରିଥିବାବେଳେ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଉପଦେଷ୍ଠା ଡ଼ ଶଙ୍କର ମାଝୀ Iବିଶ୍ୱରେ ଶାନ୍ତି, ସମାଜରେ ସଦ୍ଭାବ ଓ ମାନବ ହୃଦୟରେ ପ୍ରେମର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବର ବହୁ ସଦସ୍ୟ ଓ ଭକ୍ତବୃନ୍ଦ ଯୋଗଦେଇଥିଲେ। ପୁର୍ଣ ଚନ୍ଦ୍ର ସାହୁ ,ପ୍ରଦୀପ କୁମାର ଦାସ, ସି. ଏଚ କୃଷ୍ଣ ରାଓ ପୃଷ୍ଟି , ଜନାର୍ଦ୍ଧନ ସୁବୁଧି , ବିଜୟ କୁମାର ସାହୁ ,ପାଣ୍ଡଵ ବେହେରା , ସନ୍ତୋଷ ପାଢ଼ୀ , ପି. ଗୋବିନ୍ଦ ନାରାୟଣ ପାତ୍ର ,. ଚନ୍ଦନ ଲାଲ ସୁବୁଧି , ମହେନ୍ଦ୍ର ପଟନାୟକ,ଭାବଗ୍ରାହୀ ପାଳ ,ଜ୍ୟୋତିନ୍ଦ୍ର ପ୍ରସାଦ ସାହୁ, ଟି. ବଦ୍ରିନାରାୟଣ ସୁବୁଧି ,କୃଷ୍ଣ ଚନ୍ଦ୍ର ସାହୁ ଓ ସୁଦାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ I ଶେଷରେ ଉପସ୍ଥିତ ସମସ୍ତ ଅତିଥି, ସଦସ୍ୟ ଓ ଭକ୍ତବୃନ୍ଦଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।