ଟିକାବାଲି କଲେଜ ରେ ଶିଶୁକନ୍ୟା ସୁରକ୍ଷା କର୍ମଶାଳା ଅନୁଷ୍ଠିତ…

ଟିକାବାଲି କଲେଜ ରେ ଶିଶୁକନ୍ୟା ସୁରକ୍ଷା କର୍ମଶାଳା ଅନୁଷ୍ଠିତ...

ଟିକାବାଲି କଲେଜ ରେ ଶିଶୁକନ୍ୟା ସୁରକ୍ଷା କର୍ମଶାଳା ଅନୁଷ୍ଠିତ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟ ଦିନ ଶିଶୁକନ୍ୟା ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ଲିଙ୍ଗଗତ ସମାନତା ଓ ସର୍ବାଙ୍ଗୀନ ବିକାଶ ବିଷୟରେ ଏକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଆଜିର କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆୟୁକ୍ତ , ଡ଼ ମନୋଜ କୁମାର ସ୍ୱାଇଁ , ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ,ମତ୍ସ୍ୟ ଓ ପଶୁପାଳନ ତଥା ଏମ୍.ଏସ୍.ଏମ୍.ଇ , ବିଭାଗ , ଓଡ଼ିଶା ସରକାର , କର୍ମଶାଳାରେ ଯୋଗଦାନ କରିଥିଲେ । ସ୍ତାନୀୟ ଓ ଆଖପାଖର ୦୭ ଟି ମହାବିଦ୍ୟାଳୟରୁ ଛାତ୍ରୀମାନେ ଏହି କର୍ମଶାଳାରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।କର୍ମଶାଳାରେ ଲିଙ୍ଗଗତ ସମାନତା ଓ ସର୍ବାଙ୍ଗୀନ ବିକାଶ ଉପରେ ଉଭୟ ଅତିଥି ବିଷଦ ଆଲୋଚନା କରି ମତବ୍ୟକ୍ତ କରି କହିଥିଲେ , ଲିଙ୍ଗଗତ ସମାନତା ହେଉଛି ଏମିତି ଏକ ସମାଜର ଆଧାର, ଯେଉଁଠାରେ ନାରୀ, ପୁରୁଷ ଓ ସମସ୍ତ ଲିଙ୍ଗର ବ୍ୟକ୍ତିଙ୍କୁ ସମାନ ସମ୍ମାନ, ସୁଯୋଗ, ଅଧିକାର ଓ ଦାୟିତ୍ୱ ମିଳେ। ସର୍ବାଙ୍ଗୀନ ବିକାଶ କେବଳ ଆର୍ଥିକ ପ୍ରଗତିରେ ସୀମିତ ନୁହେଁ , ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ରୋଜଗାର, ନିଷ୍ପତ୍ତି ଗ୍ରହଣ ଓ ମାନବୀୟ ମର୍ଯ୍ୟାଦାର ସମାନ ସୁଯୋଗ ଅନ୍ତର୍ଭୁକ୍ତ ।ପ୍ରଧାନମନ୍ତ୍ରୀ ଉଚ୍ଚତ୍ତର ଶିକ୍ଷା ଅଭିଜାନ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ବିରୂପାକ୍ଷ ତ୍ରିପାଠୀ ସଭାକୁ ସଂଯୋଜନା କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ନିବେଦିତା ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଶିଶୁକନ୍ୟା ସୁରକ୍ଷା କର୍ମଶାଳାରେ ଅଧ୍ୟାପକ ବନମାଳୀ ବେହେରା , ଅମୁଲ୍ୟ କୁମାର ସାବତ , ବିରୂପାକ୍ଷ ମିଶ୍ର , ସନ୍ତୋଷ କୁମାର ରଥ , ଅଭୟ ପ୍ରଧାନ ଶଙ୍କର ପାଢ଼ୀ, ସୌରଭ ସାଗର ତ୍ରିପାଠୀ , ମନୋଜ କୁମାର ମହାରଣା , ତୁଷାରକାନ୍ତ ପଣ୍ଡା , ସୁରଜ ସୁବୁଦ୍ଧି , ଅଧ୍ୟାପିକା ଚମ୍ପା ସୋରେନ୍ , ଶିବାନୀ କହଁର, ଶ୍ରାବଣୀ ପ୍ରଧାନ , ସନ୍ଧ୍ୟାରାଣୀ କହଁର , ରଶ୍ମିତା ଦେହୁରୀ , ଲିଜା ମହାରଣା, ଶୁଭସ୍ମିତା ସାହୁ ତଥା କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ମନୋଜ କୁମାର ଭୋଇ , ଦୀପକ କୁମାର ସାହୁ , ଲୁଲୁ ଦିଗାଲ ଓ ଅନ୍ୟ ସମସ୍ତ କର୍ମଚାରୀ କର୍ମଶାଳାରେ ଉପସ୍ଥିତ ଥିଲେ । ପରିଶେଷରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।