ରାଇକିଆ ସୁଧା କିରଣ କଲେଜରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ସଚେତନ କାର୍ଯ୍ୟକ୍ରମ
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ସୁଧା କିରଣ କଲେଜରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ମାନସିକ ଚିନ୍ତାଗ୍ରସ୍ତ ଯୁବ ସମାଜ ଅବସାଦ ଗ୍ରସ୍ତ ହୋଇ ମୃତ୍ୟୁ କୁ ବାଛି ନେଉଛି ଯାହା ଫଳରେ ସୁନ୍ଦର ଜୀବନଟିଏ ନଷ୍ଟ ହୋଇ ପରିବାରର କ୍ଷତି ଘଟୁଛି ତେଣୁ ଏଭଳି ନିଷ୍ପତି ନ ନେଇ ସୁନ୍ଦର ଜୀବନ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ଆଲୋଚିକ।ଭାବେ ଫୁଲବାଣୀ ମୁଖ୍ୟ ଡାକ୍ତର ଖାନର ମାନସିକ ସ୍ୱାସ୍ଥ୍ୟ ବିଭାଗର ମନସ୍ତତ୍ତ୍ୱବିତ୍ ସୁଶ୍ରୀ ମାଳତୀ ବେହେରା ମାନସିକ ରୋଗର ଲକ୍ଷଣ,ପ୍ରତିରୋଧ ଓ ନିୟନ୍ତ୍ରଣ କିପରି କରିବା ଏବଂ ସମାଜରେ ଆଜି ଯେଭଳିଆତ୍ମ ହତ୍ୟା ହେଉଛି ତାକୁ କିପରି ରୋକା ଯାଇ ପାରିବ , କେଉଁ କେଉଁ କାରଣରୁ ଅବସାଦ ଆସେ ଏହାଠାରୁ କିପରି ମୁକ୍ତି ପାଇବା ବିସ୍ତୃତ ଆଲୋଚନା କରିଥିଲେ । ଅଧ୍ୟାପକ ଆଲୋକ ପରିଚ୍ଛା ଅତିଥି ପରିଚୟ ଦେଇ ଥିବାବେଳେ ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ସୀମାଞ୍ଚଳ ସାହୁ ଏବଂ ଅଧ୍ୟାପିକା ପ୍ରୀୟଲତା ମଞ୍ଚାସୀନ ଥିଲେ l
