କଳମଛୁଇଁ ଗ୍ରାମବାସୀଙ୍କ ନ୍ୟାୟୋଚିତ ଦାବିକୁ ନେଇ ଗଣଧାରଣା, ବିଧାୟକଙ୍କ ସମର୍ଥନ

କଳମଛୁଇଁ ଗ୍ରାମବାସୀଙ୍କ ନ୍ୟାୟୋଚିତ ଦାବିକୁ ନେଇ ଗଣଧାରଣା, ବିଧାୟକଙ୍କ ସମର୍ଥନ

କଳମଛୁଇଁ ଗ୍ରାମବାସୀଙ୍କ ନ୍ୟାୟୋଚିତ ଦାବିକୁ ନେଇ ଗଣଧାରଣା, ବିଧାୟକଙ୍କ ସମର୍ଥନ

ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଚାକିରି ଓ ସମ୍ପୂର୍ଣ୍ଣ ଥଇଥାନ ବ୍ୟବସ୍ଥାରୁ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ କରି ହିଙ୍ଗୁଳା ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଥିଲେ।ଏହି ଗଣଧାରଣା ସ୍ଥଳରେ ତାଳଚେରର ମାନ୍ୟବର ବିଧାୟକ Braja Kishore Pradhan ଉପସ୍ଥିତ ରହି ଗ୍ରାମବାସୀଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ପ୍ରଜାମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଡାକିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ।