ସୁଶାନ୍ତ ସିଂ ସମାଜ ସେବା” ସମ୍ମାନରେ ସମ୍ମାନିତ ହେଲା ନିଷ୍ଠା ପରିବାର ..

ସୁଶାନ୍ତ ସିଂ ସମାଜ ସେବା" ସମ୍ମାନରେ ସମ୍ମାନିତ ହେଲା ନିଷ୍ଠା ପରିବାର ..

“ସୁଶାନ୍ତ ସିଂ ସମାଜ ସେବା” ସମ୍ମାନରେ ସମ୍ମାନିତ ହେଲା ନିଷ୍ଠା ପରିବାର ……..

ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲାର ସୋହେଲା ସ୍ଥିତ ଜୟ ଦୁର୍ଗା ମଣ୍ଡପ ଠାରେ ରାଇଜ୍ ଅଫ୍ ଲାୟନ୍ସ, ସୋହେଲା ପକ୍ଷରୁ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ “ନୁଆଁଖାଇ ଭେଟଘାଟ”କାର୍ଯ୍ୟକ୍ରମ ଖୁବ୍ ଧୁମଧାମ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବରେଣ୍ୟ ଅତିଥି ଭାବରେ ଭଟଲି ବିଧାୟକ ଶ୍ରୀ ଇରାସିସ୍ ଆଚାର୍ଯ୍ୟ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେଵତା ଯୋଗ ଦେଇଥିଲେ।ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ନିଷ୍ଠା ପରିବାରର ନିରନ୍ତର ଓ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇ “ସୁଶାନ୍ତ ସିଂ ସମାଜ ସେବା ସମ୍ମାନ” ର ମାନ ପତ୍ର, ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ବରିଷ୍ଠ ବିଜେଡ଼ି ନେତା ତଥା ସୁଶାନ୍ତ ସିଂ ଙ୍କ ଭାଈ ସୁବ୍ରତ ସିଂ ପ୍ରଦାନ କରି ନିଷ୍ଠା ପରିବାରକୁ ସମ୍ମାନିତ କରିଥିଲେ।ସମାଜ ସେବାରେ ଏକ ଅନନ୍ୟ ନାମ ଓ ପ୍ରେରଣାଦାୟୀ ଉଦାହରଣ ଭାବେ ପରିଚିତ ପୂର୍ବତନ ମନ୍ତ୍ରୀ ତଥା ଜନନେତା ଶ୍ରୀ ସୁଶାନ୍ତ ସିଂଙ୍କ ସ୍ମୃତିରେ ପ୍ରଦାନ କରାଯାଈଥିବା ଏହି ସମ୍ମାନ ନିଷ୍ଠା ପରିବାର ପାଇଁ ନିଶ୍ଚିତ ଭାବେ ଏକ ଗୌରବ ର ମୁହୂର୍ତ୍ତ।ଏହି ସମ୍ମାନ ନିଷ୍ଠା ପରିବାରର ସମସ୍ତ ସଦସ୍ୟ, ସଦସ୍ୟା ସ୍ୱେଚ୍ଛାସେବୀ, ରକ୍ତଦାତା ଓ ଶୁଭେଚ୍ଛୁ ମାନଙ୍କ ପାଇଁ ଉତ୍ସାହ ଓ ପ୍ରେରଣା ଯୋଗାଇବ। ଆମ ନିଷ୍ଠା ପରିବାର କୁ ସମ୍ବର୍ଦ୍ଧିତ କରିଥିବାରୁ ରାଇଜ୍ ଅଫ ଲାୟନ୍ସ ର ପୂରା ଟିମ୍ କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଓ କୃତଜ୍ଞତା।