ରାୟଗଡାରେ ଇଣ୍ଡିଆ ମେଣ୍ଟର ସମାବେଶ

ରାୟଗଡାରେ ଇଣ୍ଡିଆ ମେଣ୍ଟର ସମାବେଶ

ରାୟଗଡାରେ ଇଣ୍ଡିଆ ମେଣ୍ଟର ସମାବେଶ

ରାୟଗଡ( info media) ରାୟଗଡାରେ ଇଣ୍ଡିଆ ମେଣ୍ଟର ବିଶାଳ ସମାବେଶ ଆୟୋଜିତ ହୋଇଛି।ଏହି ସମାବେଶରେ ଇଣ୍ଡିଆ ମେଣ୍ଟର ବହୁ ବିଷ୍ଠ ନେତା ଯୋଗ ଦେଇ ଏମଏମଡିଆର୍ ଆଇନ ପ୍ରତ୍ଯାହାର ପାଇଁ ରଣହୁଙ୍କାର ଦେଇଥିଲେ। ସେହିପରି ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଥିଲେ।ସମାବେଶରେ ପିସିସି ସଭାପତି ଭକ୍ତ ଦାସ ଓ ପ୍ରଭାରୀ ଲାଲଜୀ ଦେଶାଇ ଙ୍କ ସମେତ 8ଜଣ କଂଗ୍ରେସ ବିଧାୟକ ସାମିଲ ହୋଇଥିଲେ। ସେହିପରି ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ଜୟଦେବ ଜେନା ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଉଭୟ କୋରାପୁଟ ଓ ରାୟଗଡା ଜିଲ୍ଲାର ଖଣିକୁ ଲୁଟ୍ କରିବା ପାଇଁ ଉଦ୍ଯମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଖଣିଖାଦାନ ଭରା ରାୟଗଡା ଜିଲ୍ଲାର ସିଜିମାଳୀ ଖଣି ଆନ୍ଦୋଳନରେ ଜେଲ ଯାଇଥିବା ବିପ୍ଲବୀଙ୍କୁ ତୁରନ୍ତ ଖଲାସ କରିବା ପାଇଁ ଦାବି କରାଯାଇଥିଲା। ଏହି ଅବସରରେ ପିସିସି ସଭାପତି ଭକ୍ତ ଦାସ ଯୋଗ ଦେଇ ରାଜ୍ଯରେ ହେଉଥିବା ଖଣି ଖନନ କୁ ବିରୋଧ କରିବା ସହ ଆସନ୍ତା ବିଧାନସଭା ଅଧିବେଶନ ବେଳେ ଗୃହ ଭିତରେ ଓ ଗୃହ ବାହାରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ସେହିପରି ଖଣିଖାଦାନ କୁ ସରକାର ବହୁରାଷ୍ଟ୍ରୀୟ କମ୍ପାନୀ ହାତରେ ଟେକି ଦେଉଥିବା ବେଳେ ଏହାକୁ ବିରୋଧ କରି ଆସନ୍ତା ଦିନରେ ସମସ୍ତ ଖଣି ଅଞ୍ଚଳରେ କଂଗ୍ରେସ କର୍ମୀ ମାନେ ଆନ୍ଦୋଳନ କରିବେ ବୋଲି ପିସିସି ସଭାପତି କହିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ