ଗଞ୍ଜାମ ଜିଲ୍ଲା ଆସିକା ପୋଲିସର ଚଢ଼ାଉ, ୧୬୦୦ ଲିଟର ପୋଚ ନଷ୍ଟ, ୨୦୦ ଲିଟର ବେଆଇନ ମଦ ଜବତ ।
ଆସିକା ପୋଲିସ ପକ୍ଷରୁ ବେଆଇନ ମଦ ବିରୋଧରେ ବଡ ଧରଣର ଚଢ଼ାଉ କରାଯାଇଛି। ବାଲିସିରା ଗ୍ରାମ ଅଞ୍ଚଳରେ ପୋଲିସ ଚଢ଼ାଉ କରି ୧୬୦୦ ଲିଟର ପୋଚ ନଷ୍ଟ କରିବା ସହ ୨୦୦ ଲିଟର ବେଆଇନ ମଦ ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆସିକା ପୋଲିସ ଏହି ଚଢ଼ାଉ କରିଥିଲା। ଘଟଣାସ୍ଥଳରେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ସମସ୍ତ ସାମଗ୍ରୀକୁ ନଷ୍ଟ କରାଯାଇଛି। ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
