ଗୁଣିଗାରେଡ଼ି ସନ୍ଦେହରେ ଠେଙ୍ଗାରେ ପିଟି ହତ୍ୟା, ୧୨ ଅଭିଯୁକ୍ତ ଗିରଫ
ରାୟଗଡ ( info media)ରାୟଗଡ଼ ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତି ଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଦେଖାଦେଇଥିଲା । ମାଟିରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲରେ ୫୬ ବର୍ଷୀୟ ପାତିକା ମାତିଆଙ୍କ ମୃତଦେହ ପଡ଼ିଥିବା ବେଳେ ନିକଟରେ ତାଙ୍କ ବାଇକ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗୁଣୁପୁର ପୁଲିସ ୧୫ ଦିନ ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି । ଗୁଣୁପୁର ବ୍ଲକ୍ ଗଠଲପଦର ପଞ୍ଚାୟତ ଅନ୍ତର୍ଗତ କାକିତରା ଗ୍ରାମର ପାତିକା ମାତିଆଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମର ୧୨ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ମାରିଦେଇଥିଲେ । ଠେଙ୍ଗାର ପିଟିପିଟି ମାରିଦେବା ପରେ ଗ୍ରାମ ନିକଟ ମାଟିରାସ୍ତାର ଏକ ଖାଲ ଭିତରକୁ ବାଇକ୍ ସହ ମୃତକର ଶବକୁ ଫୋପାଡ଼ି ଦେଇଥିଲେ ।ତାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକର ପରିବାର ସେପ୍ଟେମ୍ବର ୩ ତାରିଖରେ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ । ଗୁଣୁପୁର ପୁଲିସ ଥାନା ଅଧିକାରୀ କମଳ କାନ୍ତ ବସନ୍ତ କୁମାର କଅଁର ଟିମ୍ ସହ କେକେବିକେ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ର ସହାୟତା ନେଇ ତଦନ୍ତ କରି ଫରିଥିଲେ । ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତକୁ ଜୋରଦାର କରିଥିଲା । ବ୍ୟକ୍ତି ପାତିକା ମାତିଆ ହତ୍ୟାକାଣ୍ଡ ଘଟଣାରେ ୧୨ ଜଣକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କାକିତରା ଗ୍ରାମର ବିଡିକା ରାମଚନ୍ଦ୍ର ( ୨୨ ),ବିଡିକା ରମେଶ ( ୨୩ ) ବିଡିକା ସନ୍ତୋଷ ( ୨୧ ) ଲିଙ୍ଗରାଜ ମାଣ୍ଡାଙ୍ଗୀ ( ୨୪ ) ପାତିକା ମୋଜେଶ ( ୩୦ )ପାତିକା ଯୋଗେନ୍ଦ୍ର ( ୨୦ ) ନିମାଲା କୁମାରୁ ( ୨୧ ) ବିଡିକା ବଡମା ( ୨୦ ) ରବି ବିଡିକା ( ୨୫ ) ବିଡିକା କୈାଳାସ ( ୨୨ ) ବିଡିକା ବିଡିକା, ରାମଦାସ ବିଡିକା ଦାସ ( ୨୦ ) ମାଣ୍ଡାଙ୍ଗୀ କେଶବ ( ୩୫ ) । ସେମାନଙ୍କୁ ଆଜି ପୁଲିସ ଗିରଫ କରିବା ସହ ଡାକ୍ତରି ମାଇନା କରାଯାଇଛି । ଆଜି କୋର୍ଟ ଚାଲାଣ କରିବା ନେଇ ସୁଚନା ରହିଛି । ଅଭିଯୁକ୍ତ ମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ସଂରଞ୍ଜାମ ସହ ଠେଙ୍ଗାକୁ ପୁଲିସ ଜବତ କରିଛି । ସୂଚନା ଅନୁଯାୟୀ, ମୃତକର ଝିଅ ସାଇଲେଜା ପାତିକା ଓ ମୃତକ ର ସ୍ତ୍ରୀ ଗତ ୨ ତାରିଖ ସଂନ୍ଧ୍ୟା ସମୟରରୁ ପାତିକା ମାତିଆ ଘରକୁ ଫେରିନଥିବାରୁ ଖୋଜାଖେଜି କରିଥିଲେ । ଗ୍ରାମ ପାଖ ରାସ୍ତାର ଏକ ଖାଲ ଭିତରେ ଶବ ସହ ବାଇକ ପଡ଼ିଥିବା ଦେଖିବାକୁ ପାଇଥିଲେ । ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
