*ମୋଦୀଙ୍କ ଜନ୍ମଦିନ ଠାରୁ ବିଜେପି ପକ୍ଷରୁ ଆରମ୍ଭ ହେବ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ।
ଗଜପତି,୧୨.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରିବାକୁ ଭାରତୀୟ ଜନତା ପାର୍ଟି ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ବିଭିନ୍ନ ଜନକଲ୍ୟାଣମୂଳକ ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯିବ। ଏଥିରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ‘ସ୍ୱଚ୍ଛ ଭାରତ’ ଅଭିଯାନ ଏବଂ ରକ୍ତଦାନ ଶିବିର ଭଳି ଜନସେବା କାର୍ଯ୍ୟକ୍ରମ ସାମିଲ ରହିବ।ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର ଜନସେବା ଯାତ୍ରା ସମ୍ପର୍କରେ ଆଲୋକପାତ କରାଯାଇଥିଲା। କୋଭିଡ୍-୧୯ ମହାମାରୀ ସମୟରେ ବ୍ୟାପକ ଟୀକାକରଣ ଏବଂ ସ୍ୱଚ୍ଛତା ଭିତ୍ତିଭୂମିର ସମ୍ପ୍ରସାରଣ ଭଳି ବିଭିନ୍ନ ପଦକ୍ଷେପକୁ ଦଳ ପକ୍ଷରୁ ଉଲ୍ଲେଖ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଜିଲ୍ଲାର ସ୍ଥାନୀୟ କର୍ମୀମାନଙ୍କୁ ଜନସାଧାରଣଙ୍କ ସହ ସକ୍ରିୟ ଭାବେ ଯୋଡ଼ି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଗଜପତି ଜିଲ୍ଲାରେ ଅଭିଯାନର ସମସ୍ତ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳୀୟ କର୍ମୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି।
