ଏବିଭିପି କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବିଦ୍ୟାର୍ଥୀ ଭାବେ ଆମେ ଛାତ୍ରସଂସଦ ନିର୍ବାଚନକୁ ସ୍ୱାଗତ

ଏବିଭିପି କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବିଦ୍ୟାର୍ଥୀ ଭାବେ ଆମେ ଛାତ୍ରସଂସଦ ନିର୍ବାଚନକୁ ସ୍ୱାଗତ

ଏବିଭିପି କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବିଦ୍ୟାର୍ଥୀ ଭାବେ ଆମେ ଛାତ୍ରସଂସଦ ନିର୍ବାଚନକୁ ସ୍ୱାଗତ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଏକ ଆଦର୍ଶ ଛାତ୍ର ସମାଜର ଭିତ୍ତିଭୂମି ସ୍ଥାପନ ଏବଂ ସାମାଜିକ ପରିବର୍ତ୍ତନ ଆଣିବାରେ ଛାତ୍ରସଂସଦ ନିର୍ବାଚନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଛାତ୍ରସଂସଦ ନିର୍ବାଚନ ହେଉଛି ଛାତ୍ରଛାତ୍ରୀଙ୍କ ଏକ ମୌଳିକ ଗଣତାନ୍ତ୍ରିକ ଅଧିକାର ଏବଂ ବିଦ୍ୟାର୍ଥୀ ଜୀବନ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ। ଶିକ୍ଷାଅନୁଷ୍ଠାନ କୌଣସି କାରଖାନା ନୁହେଁ; ରାଜନୀତିହୀନ କ୍ୟାମ୍ପସ ଗଣତାନ୍ତ୍ରିକ ନାଗରିକ ସୃଷ୍ଟି ନ କରି କେବଳ ଆଜ୍ଞାବହ ଶ୍ରମିକ ସୃଷ୍ଟି କରିଥାଏ।ଛାତ୍ରସଂସଦ ନିର୍ବାଚନ ହେଲେ କଲେଜ କିମ୍ବା ଜିଲ୍ଲା ପ୍ରଶାସନ ମାଧ୍ୟମରେ କଲେଜର ବହୁ ସମସ୍ୟାର ସମାଧାନ ହୋଇପାରିବ ଏବଂ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ସ୍ୱର ସମାଜ ଆଗକୁ ଆସିପାରିବ।ନିର୍ବାଚନ ମାଧ୍ୟମରେ ଛାତ୍ରମାନଙ୍କ ଭିତରେ ଯେଉଁ ନେତୃତ୍ୱ ନେବାରକ୍ଷମତା ବୃଦ୍ଧି ପାଏ, ତାହା କେବଳ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ନୁହେଁ ବରଂ ପାରିବାରିକ ଏବଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।ଆଜି ଦେଶର ବହୁ ମହାନ ନେତୃତ୍ୱ କେବଳ ରାଜନୀତି କ୍ଷେତ୍ରରେ ନୁହେଁ, ବରଂ ପ୍ରଶାସନିକ, କ୍ଷେତ୍ରରେ ମଧ୍ୟ ଦକ୍ଷ ବ୍ୟକ୍ତି ଭାବେ ଯାହା ଦେଖିବାକୁ ମିଳୁଛି, ତାହା ଏହି ଛାତ୍ରସଂସଦ ନିର୍ବାଚନରୁ ହିଁ ସୃଷ୍ଟି ହୋଇଥାନ୍ତି। ତେଣୁ ଜଣେ ବିଦ୍ୟାର୍ଥୀ ଭାବେ ଆମେ ଛାତ୍ରସଂସଦ ନିର୍ବାଚନକୁ ସ୍ୱାଗତ କରୁଛୁ ଏବଂ ଯଦି ଏହା ଆଗକୁ ହୁଏ, ତେବେ ଆମେ ଏହାକୁ ସ୍ୱାଗତ କରିବୁ ବୋଲି ରୁଦ୍ର ପ୍ରସାଦ ସେଠୀ (ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବିଭିପି)ଙ୍କ ସୂଚନା l