ଶେଷରେ ଶାନ୍ତୁନୁ ବେହେରାଙ୍କୁ ମିଳିଛି ନ୍ୟାୟ l ସ୍ୱାମୀ ନିକଟକୁ ଫେରି ଆସିବାକୁ କୋର୍ଟଙ୍କ ନିର୍ଦେଶ…

ଶେଷରେ ଶାନ୍ତୁନୁ ବେହେରାଙ୍କୁ ମିଳିଛି ନ୍ୟାୟ l ସ୍ୱାମୀ ନିକଟକୁ ଫେରି ଆସିବାକୁ କୋର୍ଟଙ୍କ ନିର୍ଦେଶ...

ଶେଷରେ ଶାନ୍ତୁନୁ ବେହେରାଙ୍କୁ ମିଳିଛି ନ୍ୟାୟ l ସ୍ୱାମୀ ନିକଟକୁ ଫେରି ଆସିବାକୁ କୋର୍ଟଙ୍କ ନିର୍ଦେଶ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଯୁବନେତା ଶାନ୍ତୁନୁ ବେହେରାଙ୍କୁ ଶେଷରେ କୋର୍ଟ ତାଙ୍କୁ ନିୟାୟ ପ୍ରଦାନ କରିଛି l ସୂଚନା ଅନୁସାରେ ଆଜକୁ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ବଡ଼ିମୁଣ୍ଡା ଅଞ୍ଚଳର ପୂର୍ଵତନ ସେନା କର୍ମଚାରୀ ଖଲେଶ୍ୱର ପ୍ରଧାନଙ୍କ ଏକ ମାତ୍ର ଝିଅ ଭାଗ୍ୟଶ୍ରୀ ପ୍ରଧାନଙ୍କୁ ଭଲ ପାଇ ମନ୍ଦିରରେ ବିବାହ କରିଥିଲେ l ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କରେ କିଛି ବର୍ଷ ପରେ ଦୁହିଁଙ୍କ ମନ ମାଳିନ୍ୟ ହୋଇ ଦୁହେଁ ଅଲଗା ହୋଇ ଝିଅଟି ତାଙ୍କ ବାପାଙ୍କ ଘରେ ଭୁବନେଶ୍ୱରରେ ରହି ଆସୁଥିଲେ l ସେହି ସମୟରେ ଖୋର୍ଦ୍ଧା ଜିଲ୍ଲା ତପଙ୍ଗ ଅଞ୍ଚଳର ଏକ ପୁରୁଷ ବନ୍ଧୁ ଆକାଶ ପ୍ରତାପ ସିଂ ଙ୍କୁ ଝିଅଟି ଭଲପାଇ ପୁନର୍ବାର ବିବାହ କରିବାକୁ ଯାଉଥିବା ନେଇ ଶାନ୍ତନୁ ବେହେରା ଠୋସ ପ୍ରମାଣ ପାଇଥିଲେ l ତେଣୁ ଶାନ୍ତୁନୁ ନିଜ ସ୍ତ୍ରୀର ପୁନଃ ବିବାହ କୁ ଅଟକେଇବାପାଇଁ ଜି.ଉଦୟଗିରି କୋର୍ଟ ରେ ଏକ ସିଭିଲ କେସ ଫାଇଲ କରିଥିଲେ l ମାନ୍ୟବର କୋର୍ଟ ଶାନ୍ତୁନୁ ସପଟରେ ରାୟ ଦେଇ ୬୦ ଦିନ ମଧ୍ୟରେ ଭାଗ୍ୟଶ୍ରୀ ଙ୍କୁ ନିଜ ସ୍ୱାମୀପାଖରେ ଯାଇ ରହିବାକୁ ନିର୍ଦେଶ ଦେଇଛି l କୋର୍ଟ ନିର୍ଦେଶ ଅନୁସାରେ ଆଗକୁ ଦୁଇଙ୍କ ଭୁଲ ବୁଝାମଣା ଉଜ୍ୱଳ ହେବ କି ବୋଲି ଗଣମାଧ୍ୟମ ପ୍ରଶ୍ନ ରେ ଫୁଲବାଣୀ ପ୍ରେସ କ୍ଲବ ଠାରେ ଶାନ୍ତୁନୁ ସାମ୍ବାଦିକ ମାନଙ୍କୁ ନିଜର ପ୍ରତିକ୍ରିୟା ରଖିଛନ୍ତି l ତାଙ୍କ କହିବା ପ୍ରକାରେ ତାଙ୍କ ସ୍ତ୍ରୀ ଭlଗ୍ୟଶ୍ରୀ ଙ୍କ ପରିବାର ପଠାଣ ସାହିରେ ଥିବା ତାଙ୍କ ଘରେ ବିବାହ ପୁର୍ବରୁ କୁଆଡ଼େ କିଛି ବର୍ଷ ଧରି ଭଡ଼ା ରେ ରହୁଥିଲେ ଆଉ ସେହି ସମୟରେ ଶାନ୍ତୁନୁ ଓ ଭାଗ୍ୟଶ୍ରୀଙ୍କ ମଧ୍ୟରେ କୁଆଡ଼େ ପ୍ରେମ ସମ୍ପର୍କ ଗଢି ଉଠି ଥିଲା l ପରବର୍ତ୍ତୀ ସମୟରେ ଉଭୟ ପରିବାର ଙ୍କ ସମ୍ମତି ରେ ୩୦ ମାର୍ଚ୍ଚ ୨୦୨୧ରେ ଉଭୟ ଙ୍କ ମଧ୍ୟରେ ଟିକାବାଲି ନିକଟସ୍ଥ ପ୍ରସିଦ୍ଧ ଲୁଜୁରାମୁଣ୍ଡା କାଳୀ ମନ୍ଦିର ରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ହୋଇଥଲେ । ଏହା ପରେ ଭାଗ୍ୟଶ୍ରୀ ବୋହୂ ହୋଈ ଶାନ୍ତୁନୁଙ୍କ ଘରେ ରହୁଥିଲେ l ତେବେ ୧ ମାର୍ଚ୍ଚ ୨୦୨୩ ରେ ସ୍ୱାମୀ ଘରେ ନଥିବା ବେଳେ ତାଙ୍କ ଶଶୁର ଘର ଲୋକ ଆସି ତାଙ୍କ ଝିଅ ଭାଗ୍ୟଶ୍ରୀଙ୍କୁ ନେଇଯାଇଥିଲେ l ତେବେ କିଛି ମାସ ପରେ ପତ୍ନୀ ତାଙ୍କ ନିକଟକୁ ନ ଆସିବାରୁ ସାନ୍ତୁନ ଶଶୁରଙ୍କୁ ପଚାରିବାରୁ ଶଶୁର ଜାତିଗତ ସମସ୍ୟା ଯୋଗୁଁ ତମେ ଦୁହେଁ ମିଳିମିଶି ରହିବା ସମ୍ଭବ ନୁହେଁ ବୋଲି କହିଥିଲେ l ଏହି ପରି ଏକ ସୁ ଷଡଯନ୍ତ୍ର କରି ଶଶୁର ଘର ଲୋକ ଶାନ୍ତୁନ ର ସୁନ୍ଦର ପରିବାର କୁ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି l ଫଳରେ ପତ୍ନୀ ଶୁଭଶ୍ରୀ ଙ୍କୁ ହୃଦୟ ର ସହ ଭଲ ପାଉଥିବାରୁ ଶେଷରେ ପତ୍ନୀ ଙ୍କୁ ପାଇବା ପାଇଁ ଆଇନ ର ଆଶ୍ରୟ ନେଇଥିଲେ ଆଉ ମାନ୍ୟବର ଅଦାଲତ ତାଙ୍କ ସପକ୍ଷରେ ରାୟ ପ୍ରଦାନ କରି ଷାଠିଏ ଦିନ ମଧ୍ୟରେ ଶାଶୁ ଘର କୁ ଯାଇ ପୂର୍ବ ଭଳି ମିଳି ମିଶି ରହିବା ପାଇଁ ନିର୍ଦେଶ ଦେଇଛନ୍ତି l ଏଣୁ ସ୍ୱାମୀ ସ୍ତ୍ରୀ ପୂର୍ବ ବିଷୟ କୁ ଭୁଲି ତାଙ୍କ ପାଖକୁ ଖୁସିରେ ଫେରି ଆସିବାକୁ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି l ସେହିପରି ଅଦାଲତ ରେ ମାମଲା ବିଚାର ଧୀନ ଥିବା ବେଳେ ତାଙ୍କ ଶଶୁର ଘର ଲୋକେ ତାଙ୍କୁ ଲୋକ ଲଗାଇ ଧମକ ଚମକ ଦେବା ସହ ଥାନାରେ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରି ହଇରାଣ କରୁଥିବl ବେଳେ ଶାନ୍ତୁନୁଙ୍କୁ ଚାକିରୀ ମଧ୍ଯ ଛାଡ଼ିବାକୁ ପଡ଼ିଥିଲା ବୋଲି ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି l