ଭିଜିଲାନ୍ସ ଜାଲରେ ପୋଲିସ ବାବୁ,
ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ରେ କର୍ତ୍ତବ୍ୟରତ ପୋଲିସ ଏ ଏସ୍ ଆଇ ସୁଜିତ କୁମାର ପାଣିଗ୍ରାହୀ ଜନୈକ ବ୍ୟକ୍ତିଙ୍କ କୌଣସି କାମରେ ଅର୍ଥ ଦାବି କରିଥିଲେ। କିନ୍ତୁ ଅସହାୟ ବ୍ୟକ୍ତି ଜଣକ ଲାଞ୍ଚ ଟଙ୍କା ଦେବାକୁ ଅସମର୍ଥ ହୋଇ ଦୁର୍ନୀତି ନିବାରଣ ବିଭାଗର ଦ୍ଵାରସ୍ଥ ହୋଇଥିଲେ।ଏ ଏସ୍ ଆଇ ବାବୁଙ୍କ ଦାବି ମୁତାବକ ଅର୍ଥ ବିଭାଗ ପକ୍ଷରୁ ଆଣି ତାଙ୍କୁ ଦେବା ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ଓ କିଛି କର୍ମଚାରୀ ତାଙ୍କୁ କାବୁ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରି ଏ ଏସ୍ ଆଇ ପାଣିଗ୍ରାହୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ସୁଚନା ମିଳିଛି।
