ରାଇକିଆ ସୁଧାକିରଣ କଲେଜରେ ବିକଶିତ ଭାରତ ୟଙ୍ଗ ଲିଡର କାର୍ଯ୍ୟକ୍ରମ…..
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ସୁଧାକିରଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବ ରେ ବିକଶିତ ଭାରତ ୟଙ୍ଗ ଲିଡର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ କେନ୍ଦ୍ରସରକାରଙ୍କ ମାଇ ଭାରତ ର କନ୍ଧମାଳ ଜିଲ୍ଲା ୟୁଥ୍ ଅଫିସର୍ ପ୍ରଶାନ୍ତ କୁମାର ଯୋଗଦେଇ ଭାରତ ର ବିକାଶରେ ଯୁବକ ମାନେ କିପରି ନେତୃତ୍ୱନେବେ ଏବଂ ଦୁଇହଜାର ସତଚ।ଳିଶି ବେଳକୁ କେଉଁ କେଉଁ କ୍ଷେତ୍ରରେ ଭାରତ ବିକଶିତ ହୋଇଥିବ ବିସ୍ତୃତ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ ,ଆଲୋକ ପରିଚ୍ଛା,ବିଭୂଷଣ ପ୍ରଧାନ ମଞ୍ଚାସୀନ ଥିଲେ । ମୋ ଭାରତ ର ସହଯୋଗୀ ସତ୍ୟବାନ ଦଳବେହେରା ପରିଚାଳନା କରିଥିଲେ । ଆଭାସୀ ମାଧ୍ୟମରେ ମାଇଁ ଭାରତ ପୋର୍ଟାଲ ରେ ନାମ ପଞ୍ଜୀକୃତ କରି କୁଇଜ୍ ଓ ପ୍ରବନ୍ଧରେ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

