ଟିକାବାଲିରେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାକ୍ଷରତା ପକ୍ଷ ପାଳିତ
କନ୍ଧମାଳ , ୭/୯:( ରିପୋର୍ଟ କୁନା ଦିଗାଲ )ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଳଙ୍କ ଅଧ୍ୟକ୍ଷତାରେ ସାକ୍ଷରତା ପକ୍ଷ ପାଳିତ ହୋଇଯାଇଛି।ଏହି ଅବସରରେ ସମାଜର ପ୍ରତ୍ୟେକ ବ୍ୟକ୍ତି ଯେପରି ସାକ୍ଷରତା ହାସଲ କରିବେ ଏବଂ କେହି ନିରକ୍ଷର ରହିବେ ନାହିଁ, ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦିଗାଳ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ୍ୱର କହଁର, ଶ୍ରୀମତୀ ବିନୋଦିନୀ ସାମଲ, ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କାମରାଜ କହଁରଙ୍କ ସମେତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
