ଅନ୍ତର୍ଜାତୀୟ ସାକ୍ଷରତା ଦିବସରେ ଟିପିଏସ୍ଓଡିଏଲ୍‌ର ଡିଜିଟାଲ ସାକ୍ଷରତା ପଦକ୍ଷେପ

ଅନ୍ତର୍ଜାତୀୟ ସାକ୍ଷରତା ଦିବସରେ ଟିପିଏସ୍ଓଡିଏଲ୍‌ର ଡିଜିଟାଲ ସାକ୍ଷରତା ପଦକ୍ଷେପ

ଅନ୍ତର୍ଜାତୀୟ ସାକ୍ଷରତା ଦିବସରେ ଟିପିଏସ୍ଓଡିଏଲ୍‌ର ଡିଜିଟାଲ ସାକ୍ଷରତା ପଦକ୍ଷେପ

ବ୍ରହ୍ମପୁର, ୭ ସେପ୍ଟେମ୍ବର: ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ଦକ୍ଷିଣ ଓଡ଼ିଶାରେ ଡିଜିଟାଲ ସାକ୍ଷରତା ଓ ଜନସଚେତନତା ବୃଦ୍ଧି ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏସ୍ଓଡିଏଲ୍‌) ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।କମ୍ପାନୀର କାର୍ଯ୍ୟକ୍ଷେତ୍ର ଅଧୀନରେ ଥିବା ୮ଟି ଜିଲ୍ଲାର ୪୦ଟି ଗ୍ରାମପଞ୍ଚାୟତର ପ୍ରାୟ ୮୦ ହଜାର ପରିବାରଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି। ଘରକୁ ଘର ସଚେତନତା, ଗ୍ରାମସ୍ତରୀୟ ବୈଠକ ଓ ସଚେତନତା ଶିବିର ମାଧ୍ୟମରେ ଲୋକଙ୍କୁ ଡିଜିଟାଲ ସେବା ଓ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କରେ ଜଣାଇ ଦିଆଯାଉଛି।ଏହି ପଦକ୍ଷେପରେ ଯୁବକଯୁବତୀ, କୃଷକ, ଗୃହିଣୀ, କ୍ଷୁଦ୍ର ବ୍ୟବସାୟୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ବିଶେଷ ଭାବେ ସାମିଲ କରାଯାଉଛି। ପିଏମ୍-କିଷାନ, ସିଏମ୍-କିଷାନ, ପିଏମ୍-ସୂର୍ଯ୍ୟଘର ମୁଫ୍ତ ବିଜଲି ଯୋଜନା, ପିଏମ୍‌ଜେଜେବିୱାଇ ଓ ଆୟୁଷ୍ମାନ ଭାରତ ଭଳି ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି।କାର୍ଯ୍ୟକ୍ରମରେ ଡିଜିଟାଲ ସାକ୍ଷରତା, ସରକାରୀ ଯୋଜନା, ସାଇବର ସୁରକ୍ଷା, ଆର୍ଥିକ ସାକ୍ଷରତା, ସୌର ଶକ୍ତି, ଇ-ବିଲିଂ ଓ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି। ସୁରକ୍ଷିତ ଭାବେ ଇଣ୍ଟରନେଟ୍ ବ୍ୟବହାର, ଅନଲାଇନ୍ ଠକେଇରୁ ସୁରକ୍ଷା ଏବଂ ଡିଜିଟାଲ ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ଲୋକଙ୍କୁ ଜଣାଇ ଦିଆଯାଉଛି।ଟିପିଏସ୍ଓଡିଏଲ୍‌ର ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୮ଟି ଜିଲ୍ଲାର ପ୍ରାୟ ୫,୦୦୦ ହିତାଧିକାରୀ ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇଛନ୍ତି। ଗଞ୍ଜାମରେ ୧,୨୩୦, ଗଜପତିରେ ୫୫୫, କନ୍ଧମାଳରେ ୫୧୨, ବୌଦ୍ଧରେ ୪୮୭, କୋରାପୁଟରେ ୭୯୫, ମାଲକାନଗିରିରେ ୫୨୧, ରାୟଗଡ଼ାରେ ୩୬୬ ଏବଂ ନବରଙ୍ଗପୁରରେ ୪୫୧ ଜଣ ହିତାଧିକାରୀ ଏହାର ସୁବିଧା ପାଇଛନ୍ତି।ଏଥିସହ ମହିଳାମାନଙ୍କ ମଧ୍ୟରେ ସାକ୍ଷରତା ବୃଦ୍ଧି ପାଇଁ ଟିପିଏସ୍ଓଡିଏଲ୍‌ ପକ୍ଷରୁ ମହିଳା ସାକ୍ଷରତା କେନ୍ଦ୍ର ମଧ୍ୟ ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲାର ହଳଦିଆପଦର, ରାଜୁ ଧୋବା ସାହି ଓ ଧେମରାସାହିରେ ତିନିଟି କେନ୍ଦ୍ର ଖୋଲାଯାଇଛି। ଏଠାରେ ୧୫ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ପଢ଼ିବା, ଲେଖିବା ଓ ପ୍ରାଥମିକ ଗଣିତ ଶିକ୍ଷା ଦିଆଯାଉଛି।ଟିପିଏସ୍ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, ଆଜିର ଦିନରେ ସାକ୍ଷରତା କେବଳ ପଢ଼ିବା ଓ ଲେଖିବାରେ ସୀମିତ ନୁହେଁ। ସୂଚନା ପାଇବା, ସୁଯୋଗ ବୁଝିବା ଓ ସଚେତନ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ସାକ୍ଷରତାର ଏକ ଅଂଶ। ଡିଜିଟାଲ ଓ ମହିଳା ସାକ୍ଷରତା ପଦକ୍ଷେପ ମାଧ୍ୟମରେ ସମୁଦାୟକୁ ଆତ୍ମନିର୍ଭର ଓ ସଶକ୍ତ କରିବା ଦିଗରେ କମ୍ପାନୀ କାର୍ଯ୍ୟ କରୁଛି।