ରାୟଗଡ଼ାରେ ବାଇକ୍ ଚୋରି ଗ୍ୟାଙ୍ଗ ଧରାପଡ଼ିଲା, ୨୨ ଗାଡ଼ି ଜବତ
ରାୟଗଡ଼ା: ବାଇକ୍ ଚୋରି ଗ୍ୟାଙ୍ଗକୁ ଧରିବାରେ ରାୟଗଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ୨୧ଟି ବାଇକ୍ ଓ ଗୋଟିଏ ଅଟୋ ମିଶାଇ ମୋଟ ୨୨ଟି ଗାଡ଼ି ଜବତ କରାଯାଇଛି।ଏନେଇ ଆଜି ରାୟଗଡ଼ା ଏସ୍ପି ରାଜ ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ବାଇକ୍ ଚୋରି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଜବତ ଗାଡ଼ିଗୁଡ଼ିକ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।ଜବତ ୨୧ଟି ବାଇକ୍ ଓ ଗୋଟିଏ ଅଟୋକୁ ଚିହ୍ନଟ ପରେ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।ରାୟଗଡ଼ା ପୋଲିସ ଚୋରି ହୋଇଥିବା ୨୧ଟି ବାଇକ୍ ଓ ଗୋଟିଏ ଅଟୋ ଜବତ କରିଥିବା ବେଳେ, ଯାଞ୍ଚ ପରେ ଗାଡ଼ିଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।

