୮୦ ଦଳର ମୁକାବିଲା, ପଞ୍ଚମ କ୍ଲବ ହେଲା ବିଜେତା

୮୦ ଦଳର ମୁକାବିଲା, ପଞ୍ଚମ କ୍ଲବ ହେଲା ବିଜେତା

ପଞ୍ଚମ କ୍ଲବ ଚାମ୍ପିଅନ, ଲୁଙ୍ଗୁର ଏମ୍‌ଏଫ୍‌ସି ରନର୍ସଅପ୍ସୁନାବେଡ଼ା, ୬/୯: ଦୁଇ ସ୍ୱର୍ଗତ ଫୁଟବଲ୍ ପ୍ରେମୀ ବନ୍ଧୁଙ୍କ ସ୍ମୃତିରେ ସୁନାବେଡ଼ା ଦଶହରା ଫୁଟବଲ୍ ପଡ଼ିଆରେ ଜବାହାର ଜ୍ୟୋତି ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଆୟୋଜିତ ତିନିଦିନିଆ ଫୁଟବଲ୍ ଟୁର୍ନାମେଣ୍ଟ ଉତ୍ସାହର ସହ ଶେଷ ହୋଇଛି। ଟୁର୍ନାମେଣ୍ଟରେ ପଞ୍ଚମ କ୍ଲବ ବିଜେତା ହୋଇଥିବା ବେଳେ ଏନ୍‌ବିଏଫ୍‌ସି ଲୁଙ୍ଗୁର ଦଳ ରନର୍ସଅପ୍ ହୋଇଛି।ବିଜେତା ପଞ୍ଚମ କ୍ଲବକୁ ଟ୍ରଫି ସହ ୨୫ ହଜାର ଟଙ୍କା ଏବଂ ରନର୍ସଅପ୍ ଏନ୍‌ବିଏଫ୍‌ସି ଲୁଙ୍ଗୁରକୁ ଟ୍ରଫି ସହ ୧୮ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ତୃତୀୟ ସ୍ଥାନରେ ଲକ୍ଷ୍ମୀ… ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ଏବଂ ଚତୁର୍ଥ ସ୍ଥାନରେ ଥିବା ଚର୍ଚ୍ଚ କଲୋନୀ, ସୁନାବେଡ଼ା ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି।ବ୍ୟକ୍ତିଗତ ପୁରସ୍କାରରେ ପଞ୍ଚମ କ୍ଲବର ସୁଭାଷ ଖରାଙ୍କୁ ବେଷ୍ଟ ଗୋଲକିପର, ସେହି ଦଳର ଡମ୍ବୁ ରନ୍ଧିଙ୍କୁ ବେଷ୍ଟ ଡିଫେଣ୍ଡର, ଲୁଙ୍ଗୁର ଏମ୍‌ଏଫ୍‌ସିର ଦୁର୍ଗାଦାସ ଦୁମାରୀଙ୍କୁ ବେଷ୍ଟ ଷ୍ଟ୍ରାଇକର, ପଞ୍ଚମ କ୍ଲବର ପିଙ୍କୁ ତାକ୍ରୀଙ୍କୁ ବେଷ୍ଟ ମିଡ୍‌ଫିଲ୍ଡର ଏବଂ ପଞ୍ଚମ କ୍ଲବର ଆପାଲି ରନ୍ଧିଙ୍କୁ ଟୁର୍ନାମେଣ୍ଟର ବେଷ୍ଟ ପ୍ଲେୟର ଭାବେ ସମ୍ମାନିତ କରାଯାଇଛି।ଏହି ଟୁର୍ନାମେଣ୍ଟରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୮୦ଟି ଦଳ ଅଂଶଗ୍ରହଣ କରିଥିଲେ। ମ୍ୟାଚ୍‌ଗୁଡ଼ିକୁ ନିରପେକ୍ଷ ଭାବେ ପରିଚାଳନା ପାଇଁ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ରେଫରିଙ୍କୁ ଅଣାଯାଇଥିଲା।ଜବାହାର ଜ୍ୟୋତି ସ୍ପୋର୍ଟସ୍ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ସମ୍ପାଦକ ଗଙ୍ଗାଧର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତାରେ ଉପସଭାପତି ରମେଶ ପ୍ରଧାନ, ସୁବାସ ଗନ୍ତାୟତ, ପ୍ରଦୀପ ମହାରଣା, ଦେବାଶିଷ ରାଉତ, ସଞ୍ଜୟ ନାୟକ, କାହ୍ନୁଚରଣ ରାଉତ, ସୁଶାନ୍ତ ଭଞ୍ଜଙ୍କ ସମେତ କ୍ଲବ ସଦସ୍ୟ ଓ ସ୍ଥାନୀୟ ସମର୍ଥକମାନେ ସହଯୋଗ କରିଥିଲେ।ଆୟୋଜକମାନେ କହିଛନ୍ତି, ଏହି ଆୟୋଜନ କେବଳ ଏକ ଫୁଟବଲ୍ ପ୍ରତିଯୋଗିତା ନୁହେଁ, ବରଂ ଦୁଇ ସ୍ୱର୍ଗତ ଫୁଟବଲ୍ ପ୍ରେମୀ ବନ୍ଧୁଙ୍କ ସ୍ମୃତିକୁ ଜୀବନ୍ତ ରଖିବା ସହ ଯୁବପିଢ଼ିଙ୍କୁ ଫୁଟବଲ୍ ପ୍ରତି ଉତ୍ସାହିତ କରିବାର ଏକ ପ୍ରୟାସ।