ଗୁଣୁପୁରରେ ‘ଅପରାହ୍ନ’ର ରାୟଗଡ଼ା ସାହିତ୍ୟ ଘର ରାଜ୍ୟସ୍ତରୀୟ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ
ରାୟଗଡ( info media)ଦୈନିକ ସମ୍ବାଦପତ୍ର ‘ଅପରାହ୍ନ’ର ରାୟଗଡ଼ା ଜିଲ୍ଲା ସାହିତ୍ୟ ଘର ପକ୍ଷରୁ ଗୁଣୁପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ‘ରାଜ୍ୟସ୍ତରୀୟ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସାରସ୍ୱତ ସାଧକ, ଶିକ୍ଷାବିତ୍, ସାହିତ୍ୟିକ ଯୋଗ ଦେଇଥିଲେ।ସକାଳ ୯ ଘଟିକାରେ ଗୁଣପୁର ଶିଶୁ ମନ୍ଦିର ପରିସର ରେ ଆରମ୍ଭ ହୋଇଥିବା ଉଦ୍ଘାଟନ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବକୁ ଗୁଣୁପୁର ଗାନ୍ଧୀ ଯାନ୍ତ୍ରିକ ମହାବିଦ୍ୟାଳୟ ଉପ ସଭାପତି ଚନ୍ଦ୍ରଧ୍ୱଜ ପଣ୍ଡା , ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନଜୀବୀ ସଂଜୀବ ମହାନ୍ତି ,ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ ଓ ତହସିଲଦାର ଡ. ପ୍ରାଣକୃଷ୍ଣ ପାଣିଗ୍ରାହୀ , ବରିଷ୍ଠ ସାହିତ୍ୟିକ ପ୍ରତାପ ରାୟ,ପଞ୍ଚବଟୀ ସଭାପତି ଶ୍ରୀ ସୁଶାନ୍ତ ନାୟକ, ସମାଜସେବୀ ଶ୍ରୀ ଅକ୍ଷୟ ଦାଶ ,ସୀମାଞ୍ଚଳ କର ପ୍ରମୁଖ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ।ଏହି ଅବସରରେ ବଂଶଧାରା ସାହିତ୍ୟ ସମାଜର ସଭାପତି ଶ୍ରୀ ପ୍ରଭାତ କୁମାର ଶତପଥୀଙ୍କ ଉପନ୍ୟାସ ସମର୍ପିତା ଓ ଅଧ୍ୟାପକ ଶେଷସାୟୀ ସେନାପତିଙ୍କ କବିତା ସଂକଳନ ତିର୍ଥପାଦ ,ଅଶ୍ଵିନୀ ତ୍ରୀପାଠୀ ଙ୍କ ସୂକ୍ତିମାଳା ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା।‘ଅପରାହ୍ନ’ର ସମ୍ପାଦକ ତଥା ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ରାଜ୍ୟ ସଭାପତି ଶ୍ରୀ ବଂଶୀଧର ଜେନା ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ।କାର୍ଯ୍ୟକ୍ରମ ର ଦ୍ୱିତୀୟ ପର୍ଯ୍ୟାୟ ରେ କବିତା ଆସର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଡ ଚନ୍ଦନ ଗନ୍ତାୟତ ଙ୍କ ସହ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲା ସଂଯୋଜକ ଶ୍ରୀ ଅଶ୍ୱିନୀ କୁମାର ତ୍ରିପାଠୀ ଓ ସହ-ସଂଯୋଜିକା ଅଧ୍ୟାପିକା ମାଧୁରୀ ମିଶ୍ରଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁର୍ଗାପ୍ରସାଦ ଶତପଥୀ ମଞ୍ଚ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ରମେଶ ମିଶ୍ର,ଯୁବ କବି ଦୀପକ କୁମାର ପଣ୍ଡା,ନୀଳମାଧବ ଦାଶ,ସୁଭାଷିନୀ ମିଶ୍ର ଓ ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
