ଗଞ୍ଜାମ ଜିଲ୍ଲା ବରାଡ଼ବିଲିରେ ନନ୍ଦ ମହୋତ୍ସବ ପାଳିତ
ବରାଡ଼ବିଲିରେ ନନ୍ଦ ମହୋତ୍ସବ ପାଳିତଜନ୍ମାଷ୍ଟମୀ ଅବସରରେ ଯୋଗଦେଲେ ବିଧାୟକ ରମେଶ ଜେନାଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବରାଡ଼ବିଲି ଗ୍ରାମରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଧରାକୋଟ ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ନନ୍ଦ ମହୋତ୍ସବ ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଧାୟକ ରମେଶ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିବା ସହ ଉପସ୍ଥିତ ଶ୍ରଦ୍ଧାଳୁ ଓ ଗୋପାଳ ସମାଜର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ନନ୍ଦ ମହୋତ୍ସବକୁ ନେଇ ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଗୋପାଳ ସମାଜର କର୍ମକର୍ତ୍ତା, ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନେ ଉତ୍ସବରେ ସାମିଲ ହୋଇଥିଲେ।ରିପୋର୍ଟ: ଗଣେଶ ପାଣିଗ୍ରାହୀ
