ବେଆଇନ ଭାବେ ବାଲି ଚାଲାଣ ଅଭିଯୋଗ,, ଗାଙ୍ଗପୁର ପୋଲିସ ଦୁଇ ହାଇବା ଜବତ କରିଛନ୍ତି।
ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ଦୁଇ ହାଇବା ଗାଡିକୁ ଜବତ କରିଛି ଗାଙ୍ଗପୁର ପୋଲିସ l ଖବରରୁ ଜଣାପଡିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ନିକଟରେ ଗାଙ୍ଗପୁର ଥାନା ଅତିରିକ୍ତ ଥାନା ଅଧିକାରୀ ସlରଲତା ପ୍ରଧାନ ପୋଲିସ ଟିମ ସହ ଆଜି ତଦନ୍ତ କରୁଥିବା ବେଳେ ଭଞ୍ଜନଗର ପଟୁ ଆସିକା ଅଭିମୁଖେ ଯାଉଥିବା ଦୁଇଟି ବାଲି ବୋଝେଇ ହାଇବା ନମ୍ବର ଓଡି -୩୨କେ ୬୮୯୫ ଓ ଓଡି -୩୨କେ ୪୬୪୭ ଦୁଇଟିକୁ ଯାଞ୍ଚ କରିବା ବେଳେ ବାଲି ବେଆଇନ ଭାବେ ଚାଲାଣ ଜଣାପଡିଥିଲା l ଏନେଇ ଗାଙ୍ଗପୁର ଥାନାରେ ୮୪/୨୬ ରେ ଏକ ମାମଲା ୠଜୁକରି ଦୁଇଟି ବାଲି ବୋଝେଇ ହାଇୱା କୁ ଜବତ କରିବା ସହ ଗାଡି ଦୁଇଟିର ଡ୍ରାଇବର ମାନଙ୍କୁ ନୋଟିସ ଦେଇ ପୋଲିସ ଛାଡିଥିବା ଏସ ଆଇ ତଥା ତଦନ୍ତକାରୀ ଅଧିକାରୀ ବିନାୟକ ବିଧାର ପ୍ରକାଶ କରିଛନ୍ତି l
