ଅମୃତ କୁଟୁମ୍, ଭେଡେନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଅମୃତ କୁଟୁମ୍, ଭେଡେନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଅମୃତ କୁଟୁମ୍, ଭେଡେନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବରଗଡ ୫,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅମୃତ କୁଟୁମ୍ ୬ତମ ବାର୍ଷିକ ଉତ୍ସବ ଓ ୬୯ ତମ ରକ୍ତଦାନ ଶିବିର କୁବେଡେଗା ପଞ୍ଚାୟତ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତି ଛବିର ନିକଟରେ ଦୀପପ୍ରଜ୍ବଳନ କରି ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା। ଏଥିରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ୫ଜଣ ମହିଳା ସମେତ ଏକ ଦମ୍ପତ୍ତି ପ୍ରକାଶ ଚନ୍ଦ୍ର ମେହେର ଓ ତାଙ୍କର ଧର୍ମପତ୍ନୀ ସଂଗିତା ମେହେର ରକ୍ତ ଦାନ କରିଥିଲେ। ରକ୍ତ ସଂଗ୍ରହ କରି ଥିଲେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଡଃ ସୁନୀଲ ବାଗ, ଟେକନିସିଆନ ଦେବାଶିଷ ମିଶ୍ର, ଗଣେଶ ପ୍ରଧାନ, ବିନୋଦ ବେହେରା, ସୁନୀଲ ବାଗ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ବାର୍ଷିକ ଉତ୍ସବ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏହାକୁ ସଂଯୋଜନା କରିଥିଲେ, ଶିକ୍ଷକ ଲଲିତ କୁମାର ସାହୁ ।ଏହି ସଭାରେ ଅମୃତ କୁଟୁମ୍ ସଭାପତି ଆନଂଦ ଚନ୍ଦ୍ର ସୁନା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବେ କୁବେଡେଗା ସରପଞ୍ଚ ଜନ୍ମଜୟ ମିଶ୍ର ଓ ଭାଷାବିତ ତଥା ଆଲୋଚକ ଉତ୍ପନ୍ନ କୁମାର ଭୋଇ ଯୋଗ ଦେଇଥିଲେ। ଏହି ସମୟରେ ଗୁରୁ ଓ ଶିଷ୍ଯ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସମାଜସେବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଉଲ୍ଲେଖନୀୟ ଅବଦାନ ପାଇଁ ବୃକ୍ଷରୋପଣ କରୁଥିବା ରଘୁନାଥ ପ୍ରଧାନ ଙ୍କୁ” ଅମୃତ ସେବା ସମ୍ମାନ” , ଆଦର୍ଶ ଶିକ୍ଷକ ଦେବଦତ୍ତ ପଣ୍ଡା ଙ୍କୁ “ଅମୃତ ଶିକ୍ଷା ସମ୍ମାନ”, ୧୦୮ ଥର ରକ୍ତ ଦାନ କରିଥିବା ଅଶୋକ କୁମାର ଅଗ୍ରୱାଲ ଙ୍କୁ “ଅମୃତ ସ୍ୱାସ୍ଥ୍ୟ ସମ୍ମାନ” ରେ ମାନପତ୍ର, ପୁଷ୍ପମାଲ୍ୟ ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିଷ୍ଠା ପରିବାର ବରଗଡ, ଜିଲ୍ଲା ସମାଜସେବୀ ସଂଘ ବରଗଡ, ଯୁବ ଗୋଷ୍ଠୀ ସାଲେପାଲି, ରାଜ ମିସ୍ତ୍ରୀ ସଂଘ ଭେଡେନ। ଏହା ସହିତ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ଅମୃତ କୁଟୁମ୍ ଉପସଭାପତି ରୁଦ୍ର ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ସଫଳତା ଦିଗରେ ସହାୟତା କରିଥିଲେ, ଘନଶ୍ୟାମ ପତି, ସୁସନଜିତ ତ୍ରିପାଠୀ, ବୀରେନ୍ଦ୍ର ବନଛୋର, ମହାଦେବ ଦୀପ, ରାମଚନ୍ଦ୍ର ପ୍ରଧାନ, ଭୈରବ ରଥ, ସାନନ୍ଦ ବାଗ, କୁନା ମିଶ୍ର ଓ ଅମୃତ କୁଟୁମ୍ ଭେଡେନ ର ସମସ୍ତ ସଦସ୍ୟ ।