ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି।

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି।

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି।

ବରଗଡ୫, ୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଗୁରୁ ଦିବସ” ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ କାଳୀଚରଣ ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି ଗୁରୁ ଶିଷ୍ୟ ପରମ୍ପରା ବଜାୟ ରଖିବା ପାଇଁ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ ପୂର୍ବକ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଗୁରୁମା ସୁଶ୍ରୀ କିଶୋରୀ ମେଣ୍ଡଲୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି “ଗୁରୁ ଦିବସ” ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସୁଶ୍ରୀ କୁନ୍ତୀ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶ୍ରୀମତୀ ଶ୍ରୁତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ମାନଙ୍କ ଦ୍ବାରା ଗୁରୁ ପୂଜନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ବିଦ୍ୟାଳୟର ଗୁରୁମା, ଗୁରୁଜୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।