ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏଚ.ଆଇ.ଭି ଏବଂ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ…..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ଵାତି ଅନୁଷ୍ଠାନ, ଫୁଲବାଣୀ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲାବେଳେ ସ୍ଵାତି ଅନୁଷ୍ଠାନର ବିଷୟ ବିଶାରଦ ଅଞ୍ଜନା ବେହେରା ଓ ସିତା ରଣା ଯୋଗଦେଇ ଚ୍ଛାତ୍ରୀ ମାନଙ୍କୁ ଏଚ.ଆଇ.ଭି ଏଇଡସ, ନାବାଳିକା ଗର୍ଭବତୀ ଏବଂ ବାଲ୍ୟ ବିବାହ ଦୂରୀକରଣ ସମନ୍ଧରେ ସଚେତନ କରିଥିଲେ । ଏହା ଦ୍ଵାରା ସମାଜରେ ପଡୁଥିବା କୁପ୍ରଭାବ ସମନ୍ଧରେ ମତ ରଖିଥିଲେ । ସ୍ଵାତି ଅନୁଷ୍ଠାନର ଏଭଳି ସଚେତନତା କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ମତ ରଖିଥିଲେ ଅନୁଷ୍ଠାନର ଅଧ୍ୟାପିକା ରିନାରାଣୀ ପ୍ରଧାନ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଶୃଙ୍ଖଳାର ସହ ଶୁଣିବା ସହିତ ସହଯୋଗ କରିଥିଲେ । ଅନୁଷ୍ଠାନର ଧନ୍ଦାମୂଳକ ବିଷୟର ଅତିଥି ଅଧ୍ୟାପିକା ଶ୍ରୀମତୀ ସ୍ଵର୍ଣମୟୀ ମହାରଣା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅତିଥି ଅଧ୍ୟାପିକା ସୁଶ୍ରୀ ଆଞ୍ଚଳି ନାୟକ ଅତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
